ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ରନରେ ଆଗୁଆ ଟିମ ଇଣ୍ଡିଆ ।

132

କନକ ବ୍ୟୁରୋ : ରୋଚକ ମୋଡରେ ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍୍ ଟେଷ୍ଟ । ଏହି ମ୍ୟାଚର ଦ୍ୱିତୀୟ ଦିନ ଖେଳ ସରିଯାଇଛି । ଏହାସହ ୬୨ ରନରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୬ ଓଭର ଖେଳି ୧ ୱିକେଟ ହରାଇ ୯ ରନ କରିଛି । ମୟଙ୍କ ଅଗ୍ରୱାଲ ଓ ଯଶପ୍ରୀତ ବୁମରାହ ନଟ ଆଉଟ ରହିଛନ୍ତି ।

ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଟିମ ଇଣ୍ଡିଆର ଦୁଇ ଓପନର । ଦଳ ପକ୍ଷରୁ କୋହଲି ୭୪, ଚେତେଶ୍ୱର ପୂଜାରା ୪୩, ରାହାଣେ ୪୨ ରନ କରିଛନ୍ତି । ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଭାରତ ଦ୍ୱିତୀୟ ଦିନ ସୁଦ୍ଧା ଖେଳି ୯୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା ।

ପରେ ଅଷ୍ଟ୍ରେଲିଆ ଆଜି ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଘରୋଇ ମାଟିରେ ବିଫଳ ହୋଇଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଟିମ ପାଇନ୍ ୭୩ ଓ ଲାବ୍ରୁସଚେଞ୍ଚ ୪୭ ରନ କରିଥିଲେ । ହେଲେ ଆଉ କେହି ସଫଳ ହୋଇପାରିନଥିଲେ । ଫଳରେ ୭୨ ଓଭର ଖେଳି ଅଷ୍ଟ୍ରେଲିଆ ୧୯୧ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନୀ ୪, ଉମେଶ ଯାଦବ ୩ ଓ ବୁମରା ୨ଟି ୱିକେଟ ହାସଲ କରିଛନ୍ତି ।

ତେବେ ଆଜିର ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଏହାସହ ଏବେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬୨ ରନରେ ଆଗୁଆ ରହିଛି ।