ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିସିସିଆଇ ସମ୍ପାଦକ କହିଲେ, ଭାରତ କ୍ରିକେଟ୍ ପାଇଁ ଆଜି ଏକ ଖୁସିର ଦିନ: ଟେଷ୍ଟ ମ୍ୟାଚରେ ଭାରତର ବୃହତ ବିଜୟ ପରେ ବୋନସ ଘୋଷଣା କଲା ବିସିସିଆଇ

241

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବ୍ରିସବେନ୍ ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେପଟେ, ଆଜିର ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ । ବ୍ରିସବେନର ସ୍ମରଣୀୟ ବିଜୟ ପରେ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ । ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଛି ଭାରତୀୟ ଦଳ । ଆଜିର ବିଜୟ ପରେ ପୁରସ୍କାର ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଜୟ ଶାହା କହିଛନ୍ତି, ଆଜିର ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ।

ତେବେ ବିଦେଶ ମାଟିରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ । ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ଆଣିଛି ଭାରତୀୟ ଦଳ । ଯୁବ ଖେଳାଳିଙ୍କୁ ନେଇ ବିଦେଶ ମାଟିରେ ହୋଇଥିବା ଫାଇଟରେ ଦମଦାର ପ୍ରଦର୍ଶନ କରିଛି ଭାରତ । ୩ ୱିକେଟ୍ ସହ ଅଷ୍ଟ୍ରେଲିଆକୁ ପରାଜୟର ମୁହଁ ଦେଖାଇ ଦେଇଛି ଟିମ୍ ଇଣ୍ଡିଆ । ଚତୁର୍ଥ ଟେଷ୍ଟ ସହ ସିରିଜ୍ ବିଜୟର ରିୟଲ ହିରୋ ପାଲଟି ଯାଇଛନ୍ତି ୫ ଜଣ ଯୁବ ଖେଳାଳି । ରିଷଭ ପନ୍ତ ୮୯ ରନ ସହ ନଟଆଉଟ୍ ଥିବା ବେଳେ ଶୁଭମନ୍ ଗିଲ୍- ୯୧, ସାର୍ଦ୍ଧୁଳ ଠାକୁର ୬୯ ରନ ସହ ୭ଟି ୱିକେଟ୍ ନେଇଛନ୍ତି ।

ସେହିଭଳି ମହମ୍ମଦ ସିରାଜ୍ ୬ଟି ୱିକେଟ୍  ନେଇଥିବା ବେଳେ ଚେତେଶ୍ୱର ପୂଜାରା ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଆଜିଙ୍କ୍ୟ ରାହେଣେଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳକୁ ଏହି ଐତିହାସିକ ବିଜୟ ମିଳିଛି । ରିଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟାର ଅଫ ଦି ସିରିଜ ଅଷ୍ଟ୍ରେଲିଆର ବୋଲର ପେଟ୍ କମିନସ୍ ହୋଇଛନ୍ତି । ୧୯୮୮ରେ ଗାବାରେ ଅଷ୍ଟ୍ରେଲିଆ ହାରିଥିଲା । ୱେଷ୍ଟ ଇଣ୍ଡିଜ ଠାରୁ କଙ୍ଗାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା । ଦୀର୍ଘ ୩ ଦଶନ୍ଧି ପରେ ପୁଣି ଥରେ କଙ୍ଗାରୁ ଦଳରୁ ପରାଜୟ ବରଣ କରିବାକୁ ପଡିଛି । ଆଉ ଅଷ୍ଟ୍ରେଲିଆ ହାତରୁ ଟେଷ୍ଟ ସିରିଜ୍ ଛଡେଇ ଆଣିଛି ଭାରତ । ଏହାସହ ଟେଷ୍ଟ ରାଙ୍କ ତାଲିକାର ୨ ନମ୍ବରରେ ପହଞ୍ଚିଛି ଭାରତ । ନମ୍ବର ୱାନରେ ରହିଛି ନ୍ୟୁଜିଲାଣ୍ଡ ।