ରାଂଚିରେ ଜମିବ ରୋମାଂଚ ! ଆଜିଠୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

34

କନକ ବ୍ୟୁରୋ : ଆଜିଠୁ ରାଂଚିରେ ଜମିବ ରୋମାଂଚ । ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ପୁନେ ଏବଂ ବେଙ୍ଗାଲୁରୁ ପରେ ନଜରରେ ରହିଛି ନୂଆ ପିଚ୍ । ଏଠାରେ ବି ସ୍ପିନ୍ କାମ କରିବ ନା ପେସ୍ ବୋଲରଙ୍କୁ ସୁହାଇବ ତାକୁ ନେଇ ଉତ୍କଷ୍ଠା ଲାଗି ରହିଛି ।

ସିରିଜ୍ ଜିତିବାକୁ ହେଲେ ଏହି ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ୱପୂଣ୍ଣ । ସିରିଜରେ ୪ ଟି ମ୍ୟାଚ୍ ଥିବା ବେଳେ ବର୍ତମାନ ଉଭୟ ଦଳ ୧-୧ ବରାବର ସ୍ଥିତିରେ ରହିଛନ୍ତି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମିଚେଲ୍ ମାର୍ସଙ୍କ ସହ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ବି ଆହତ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ଓପନର ମୁରଲୀ ବିଜୟ । ଯଦି ରାଂଚି ପିଚ୍ରେ ସ୍ପିନ କାମ କରେ ତେବେ କରୁଣ ନାୟରଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିପାରେ । ସେପଟେ ବିସିସିଆଇର ଅଭିଯୋଗ ପରେ ଆଜିର ମ୍ୟାଚ୍ ପାଇଁ ବଦଳିଛନ୍ତି ରେଫରି । ବିଦା ହେଲେ କ୍ରିସ୍ ବ୍ରଡ୍, ରିଚି ରିଚାର୍ଡସନ୍ ହେଲେ ରେଫରି ।