କନକ ବ୍ୟୁରୋ: ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ଟି-୨୦ ସିରିଜ । ବିଶାଖାପାଟଣାରେ ମୁହାଁମୁହିଁ ହେବେ ଦୁଇ ଦଳ । ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବେ ଦୁଇ ଟିମ । ମ୍ୟାଚ୍ ଜିତି ବିଶ୍ୱକପ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ ଇଣ୍ଡିଆ ।

Advertisment

ବିଶ୍ୱକପ ପରେ ଭାରତ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ମ୍ୟାଚ୍ ଖେଳିବ । ବିଶ୍ୱକପ ଟିମରେ ଥିବା ଈସାନ କିଶାନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଆଜି ଟିମରେ ରହିବା ନେଇ ସୂଚନା ମଳିଛି । ସେହିପରି ଫର୍ମରେ ଥିବା ଯଶଶ୍ୱୀ ଜୟସ୍ୱାଲ, ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂ ଟିମରେ ସାମିଲ ହୋଇପାରନ୍ତି । ସେପଟେ ଦଳକୁ ଫେରିଥିବା ଅକ୍ଷର ପଟେଲ ଏବଂ ୱାସିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ଟିମରେ ସାମିଲ କରାଯାଇପାରେ । ସେହିପରି ପ୍ରସିଦ୍ଧ କ୍ରିଷ୍ଣା ଏବଂ ଆଭେସ୍ ଖାନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।

ଅନ୍ୟପଟେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କୁମିନ୍ସ, ମିଚେଲ ମାର୍ସ, ଜୋସ୍ ହାଜଲଉଡ, ମିଚେଲ ଷ୍ଟାର୍କ ଓ କାମେରୁନ ଗ୍ରୀନ ସ୍ୱଦେଶ ଫେରିଯାଇଛନ୍ତି । ତେଣୁ ମାଥ୍ୟୁ ୱାଡେଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ କଙ୍ଗାରୁ ଦଳ । ତେବେ ସନ୍ଧ୍ୟା ୭ ଟାରେ ମ୍ୟାଚ ଆରମ୍ଭ ହେବ । ଜିଓ ସିନେମାରେ ମ୍ୟାଚ୍ ଦେଖିପାରିବେ ଦର୍ଶକ ।