କନକ ବ୍ୟୁରୋ : ଆସନ୍ତାକାଲି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମଠାରେ ଦିନ ୧.୩୦ ମିନିଟରେ ଏହି ହାଇଭୋଲ୍ଟଟେଜ୍ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଏବେ ୨-୨ରେ ବରାବର ରହିଥିବାରୁ କାଲି ମ୍ୟାଚର ଫଳାଫଳ କହିବ, କିଏ ହାତେଇବ ସିରିଜ । ପ୍ରଥମ ଦୁଇଟି ଦିନିକିଆରେ ବିରାଟ ବାହିନୀ ବାଜି ମାରିଥିବା ବେଳେ, ତୃତୀୟ ଏବଂ ଚତୁର୍ଥ ମ୍ୟାଚରେ ରୋମାଞ୍ଚକର ଭାବେ ବିଜୟ ଲାଭ କରିଥିଲା ଅଷ୍ଟ୍ରେଲିଆ । ବିଶ୍ୱକପ ପୂର୍ବରୁ କାଲିର ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ମ୍ୟାଚ ଥିବା ବେଳେ, ଏହା ଭାରତର ଶକ୍ତି ପରୀକ୍ଷା ହେବାକୁ ଯାଉଥିବା କୁହାଯାଉଛି ।
/kanak/media/post_attachments/wp-content/uploads/2019/03/India-vs-australia-2018-19-300x155.jpg)
ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ଲୋକେଶ ରାହୁଲ, ଋଷଭ ପନ୍ଥ, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରିତ ବୁମରା ।