ସୁପର ସଣ୍ଡେର ସୁପର ଫାଇଟ୍ ! କାଲି ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ବିରାଟ ବାହିନୀ ।

123

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ଫାଇଟ୍ ! ଆସନ୍ତାକାଲି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ଦିନ ୧.୩୦ ମିନିଟ୍ ସମୟରେ ମୋହାଲି ଷ୍ଟାଡିୟମଠାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେଣୁ କାଲିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଗତ ମ୍ୟାଚର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ଭାରତ ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଦଳକୁ ମାତ୍ ଦେବା ପରେ ତୃତୀୟ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ତେବେ ଅନ୍ତିମ ଦୁଇଟି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବାରୁ କାଲିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ଋଷଭ ପନ୍ଥଙ୍କ ପ୍ରଦର୍ଶନ ଉପରେ । ଆଉ କୁହାଯାଉଛି, ଏହି ଦୁଇଟି ମ୍ୟାଚରେ ତାଙ୍କ ପ୍ରଦର୍ଶନ ହିଁ ପନ୍ଥଙ୍କ ବିଶ୍ୱକପ ଖେଳିବା ନେଇ ପଥ ଦେଖାଇବ । ତେବେ ପ୍ରାରମ୍ଭିକ ଯୋଡି ଭଲ ନଖେଳିବା ଭାରତ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ରୋହିତ ଶର୍ମା, ୩ଟି ଦିନିକିଆରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।