ଭାରତଠାରୁ ୪ର୍ଥ ମ୍ୟାଚ ଛଡାଇ ନେଲା ଅଷ୍ଟ୍ରେଲିଆ: ୩୫୮ ରନ ସତ୍ୱେ ବିଜୟ ଛଡାଇ ନେଲେ ଟର୍ନର

Advertisment
ଭାରତଠାରୁ ୪ର୍ଥ ମ୍ୟାଚ ଛଡାଇ ନେଲା ଅଷ୍ଟ୍ରେଲିଆ: ୩୫୮ ରନ ସତ୍ୱେ ବିଜୟ ଛଡାଇ ନେଲେ ଟର୍ନର

କନକ ବ୍ୟୁରୋ: ଭାରତଠାରୁ ପୁଣି ଥରେ ମ୍ୟାଚକୁ ଛଡାଇ ନେଇଛି ଅଷ୍ଟ୍ରେଲିଆ । ଭ୍ରମଣକାରୀ ଦଳ ୩୫୯ରନର ବିଜୟ ଲକ୍ଷ୍ୟକୁ ୪୭. ୫ଓଭରରେ ପୁରଣ କରି ବିଜୟୀ ହୋଇଛି । ପେଟର ହ୍ୟାଣ୍ଡସ୍କମଙ୍କ ଶତକ ଓ ଉସମାନ ଖାୱାଜାଙ୍କ ୯୧ ରନ୍ ବଳରେ ଅଷ୍ଟ୍ରେଲିଆ ୬ୱିକେଟ ହରାଇ ୩୫୯ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ୨-୨ ସ୍ଥିତିରେ ରହିଛି । ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ  । ଭାରତ ୯ୱିକେଟ ହରାଇ ୩୫୮ ରନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe