କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ । ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହେଲା ହୋଇଛି ଟିମ ଇଣ୍ଡିଆ । ଆଜି ଶେଷ ଦିନରେ ଅଧିନାୟକ ରାହାଣେ ୪ ରନ କରି ଆଉଟ ହେବା ପରେ ଭାରତୀୟ ଦଳ ଉପରେ ଅଧିକ ଚାପ ପଡିଥିଲା ।

Advertisment

୪୦୭ ବିଶାଳ ଟାର୍ଗେଟର ପିଛା କରୁଥିବା ଭାରତ ପାଇଁ କିନ୍ତୁ ଚେତେଶ୍ୱର ପୂଜାରା ଓ ରିସଭ ପନ୍ତ ସମ୍ଭାବନା ସୃଷ୍ଟି କରିଥିଲେ । ଆହତ ସତ୍ୱେ ୧୧୮ ବଲରେ ଆକର୍ଷଣୀୟ ୯୭ ରନ କରି ରିସଭ ପନ୍ଥ ଆଉଟ ହେବା ବେଳକୁ ଭାରତ ଦୃଢ ସ୍ଥିତିରେ ଥିଲା । କିନ୍ତୁ ତାପରେ ୭୭ ରନ କରି ପୂଜାରା ପାଭିଲିୟନ ଫେରିବା ପରେ ଭାରତ ପରାଜୟ ଆଶଙ୍କା ଭିତରକୁ ଠେଲି ହୋଇଯାଇଥିଲା । ହେଲେ ଷଷ୍ଠ ୱିକେଟରେ ହନୁମା ବିହାରୀ ଓ ଆର ଅଶ୍ୱିନ ଅଷ୍ଟ୍ରେଲିଆର ଘାତକ ବୋଲିଂକୁ ସାମନା କରି ୪୩ ଓଭର ଧରି ବ୍ୟାଟିଂ କରି ମ୍ୟାଚ ବଂଚାଇବାରେ ସଫଳ ହୋଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ଓ ଦ୍ୱିତୀୟ ଇନିଂସରେ ୬ ୱିକେଟରେ ୩୧୨ ରନ କରି ଇନିଂସ ଘୋଷଣା କରିଥିଲା । ଭାରତ ପ୍ରଥମ ଇନିଂସରେ ୨୪୪ ଓ ଦ୍ୱିତୀୟ ଇନିଂସରେ ୫ ୱିକେଟରେ ୩୩୪ ରନ କରିଥିବା ବେଳେ ମ୍ୟାଚ ଡ୍ର ରହିଛି । ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଭାରତ ଜିତିଥିବାରୁ ସିରିଜ ବରାବର ସ୍ଥିତିରେ ରହିଛି ।