ରାଂଚି ଟେଷ୍ଟ ! ସ୍ମିଥଙ୍କ ଶତକ ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକରେ କଙ୍ଗାରୁ ପଲ୍ଲା ଭାରି

35

କନକ ବ୍ୟୁରୋ : ରାଂଚି ଟେଷ୍ଟର ଆଜି ଦ୍ୱୀତିୟ ଦିନ । ସ୍ମିଥଙ୍କ ଶତକ ବଳରେ ପ୍ରଥମ ଇନିଂସରେ ଦୃଢ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ । ପ୍ରଥମ ଦିନରେ ଭ୍ରମଣକାରୀ ଦଳ ୪ ୱିକେଟରେ ୨୯୯ ରନ୍ କରିଛି । ସ୍ମିଥ୍ ଅପରାଜିତ ୧୧୭ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୮୨ ରନରେ ଅପରାଜିତ ଅଛନ୍ତି । ବିରାଟ ସ୍କୋର ଆଡକୁ ଗତି କରୁଛି ଦଳ । ଏଭଳି ସ୍ଥିତିରେ ଆଜି କଙ୍ଗାରୁ ଟିମକୁ ଘାଇଲା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ତେବେ କୋହଲିଙ୍କ କାନ୍ଧରେ ଆଘାତ ଦଳର ଚିନ୍ତା ବଢାଇଦେଇଛି ।

ଆଜି ସ୍କାନ ପରେ ହିଁ କୋହଲିଙ୍କ କାନ୍ଧରେ ଲାଗିଥିବା ଆଘାତ ସମ୍ପର୍କରେ କିଛି ସ୍ପଷ୍ଟ ହେବ ବୋଲି ପ୍ରଶିକ୍ଷକ କହିଛନ୍ତି । ଯଦି ଟିମ୍ ଅଷ୍ଟେ୍ଲିଆ ବିରାଟ ସ୍କୋର କରେ ତେବେ ଭାରତ ପାଇଁ ଚାପ ସୃଷ୍ଟି କରିବ । ଏଭଳି ସ୍ଥିତିରେ ବିରାଟଙ୍କ ଆଘାତ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ।