ସୁପର ସଣ୍ଡେରେ ସିରିଜ୍ ପାଇଁ ସୁପର ଫାଇଟ୍ । କାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ, ବାଙ୍ଗାଲୋରରେ ହେବ ବଡ ଟକ୍କର ।

386

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ଫାଇଟ୍ । କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା । ୩ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ସମୟରେ ୧-୧ରେ ବରାବର ରହିଥିବା ବେଳେ କାଲିର ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । କାଲି ବାଙ୍ଗାଲୋରର ଏମ୍୍. ଚିନାସ୍ୱାମୀ ଷ୍ଟାଡିୟମରେ ଦିନ ୧ଟା ୩୦ ମିନିଟରେ ହେବ ଏହି ହାଇଭୋଲଟେଜ୍ ଲଢେଇ ।

ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ କଙ୍ଗାରୁ ଦଳ ଟିମ୍ ଇଣ୍ଡିଆକୁ ୧୦ ୱିକେଟର ବଡ ବ୍ୟବଧାନରେ ପରାସ୍ତ କରିଥିଲା । ଆଉ ଯାହାର ପ୍ରତିଶୋଧ ଦ୍ୱିତୀୟ ଦିନିକିଆରେ ନେଇଥିଲା ବିରାଟ ବାହିନୀ । ୩୬ ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ଭାରତ । ନିର୍ଣ୍ଣାୟକ ମୋଡରେ ସିରିଜ ରହିଥିବାରୁ କାଲିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି ।

ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟର, ଲୋକେଶ ରାହୁଲ, ମନିଷ ପାଣ୍ଡେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ନଭଦୀପ ସୈନୀ, ଜସପ୍ରିତ ବୁମରା ।