ପର୍ଥ ଟେଷ୍ଟରେ ଦମ ଦେଖାଇଲେ କୋହଲି ଓ ରାହାଣେ ।

ପର୍ଥ ଟେଷ୍ଟରେ ଦମ ଦେଖାଇଲେ କୋହଲି ଓ ରାହାଣେ ।

Image Courtesy - sports.ndtv.com

ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୩୨୬ ରନ କରି ଭାରତ ଉପରେ ଚାପ ପକାଇବାକୁ ସକ୍ଷମ ହୋଇଛି । ଟସ୍ ଜିଣି ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ଦଳକୁ ବେଶ ସୁହାଇଛି। ଅଷ୍ଟ୍ରେଲିଆ ଦଳର ଦୁଇ ଓପନର ଅର୍ଦ୍ଧଶତକ ହାସଲ କରି ଅଷ୍ଟ୍ରେଲିଆ ପାଇଁ ଦୃଢ଼ ମୁଳଦୁଆ ପକାଇଥିଲେ। ତେବେ ୭ମ ଓ୍ଵିକେଟ ଯୋଡ଼ିରେ ୫୮ରନର ଭାଗିଦାରୀ ଅଷ୍ଟ୍ରେଲିଆକୁ ୩ଶହ ରନ୍ ଅତିକ୍ରମ କରିବାରେ ସହାୟକ ହୋଇଥିଲା। ଅଷ୍ଟ୍ରେଲିଆ ୩୧୦ ରନ୍ କରିଥିବା ବେଳେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଉମେଶ ଯାଦବ। ଯାଦବ କୁମିନ୍ସଙ୍କୁ ବୋଲ୍ଡ ଆଉଟ୍ କରିବା ପରେ ସେହି ୩୧୦ ରନରେ ବୁମରା ଅଧିନାୟକ ପାଇନେଙ୍କୁ ଆଉଟ୍ କରିଥିଲେ। ପରେ ପରେ ୧୦୯ତମ ଓଭରର ୨ୟ ଓ ତୃତୀୟ ବଲରେ ଲାଗ୍ଲାଗ ଦୁଇଟି ଓ୍ଵିକେଟ ଇଶାନ୍ତ ଶର୍ମା ଅକ୍ତିଆର କରି ଅଷ୍ଟ୍ରେଲିଆର ସ୍କୋରକୁ ୩୨୬ରେ ସୀମିତ ରଖିଛନ୍ତି।

publive-imageସୂଚନାଯୋଗ୍ୟ ଯେ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଥିବା ଭାରତ ମନସ୍ତାତ୍ୱିକ ଦୃଷ୍ଟିରୁ ବେଶ୍ ଭଲ ସ୍ଥିତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ଟସ୍ ଜିଣି ଅଷ୍ଟଲିଆ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଓ ପ୍ରଥମ ଦିନର ମଧ୍ୟାହ୍ନଭୋଜନ ସୁଦ୍ଧା ଭାରତୀୟ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନଙ୍କୁ କୌଣସି ହଇରାଣରେ ପକାଇ ନ ପାରିବା ଭାରତର ଚିନ୍ତା ବଢ଼ାଇ ଦେଇଥିଲା। ପ୍ରଥମ ଇନିଂସରେ ଇଶାନ୍ତ ଶର୍ମା ୪ ଓ୍ଵିକେଟ ହାସଲ କରିଥିବା ବେଳେ ବୁମରା, ଯାଦବ ଓ ହନୁମା ବିହାରୀ ଦୁଇଟି ଲେଖାଏଁ ଓ୍ଵକେଟ ହାସଲ କରିଛନ୍ତି। ସେପଟେ ଭାରତ ମଧ୍ୟ ପ୍ରାରମ୍ଭରୁ ଜବରଦସ୍ତ ବ୍ୟାଟିଂ ଆରମ୍ଭ କରିଛି । ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଭଲ ସ୍ଥିତିରେ ରହିଛି । କୋହଲି ୮୨ ରନ୍ ଏବଂ ରାହାଣେ ୫୧ ରନ କରି କ୍ରିଜରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe