ବିଶ୍ୱକପ ପୂର୍ବରୁ ଶକ୍ତି ପରୀକ୍ଷା ! କାଲିଠୁ ଆରମ୍ଭ ମହାମୁକାବିଲା, ପ୍ରଥମ ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । 

ବିଶ୍ୱକପ ପୂର୍ବରୁ ଶକ୍ତି ପରୀକ୍ଷା ! କାଲିଠୁ ଆରମ୍ଭ ମହାମୁକାବିଲା, ପ୍ରଥମ ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । 

image courtesy - news24online.com

କନକ ବ୍ୟୁରୋ : ସୁପରସଣ୍ଡେର ସୁପର ଫାଇଟ୍ । କାଲିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଲଢେଇ । ବିଶ୍ୱକପ ପୂର୍ବରୁ ଭାରତର ଏହା ଶେଷ ସିରିଜ ଥିବା ବେଳେ ଏହା ଟିମ୍ ଇଣ୍ଡିଆ ପାଇଁ ଶକ୍ତି ପରୀକ୍ଷା ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଅଷ୍ଟ୍ରେଲିଆ ସହ ଭାରତ ଦୁଇଟି ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ ଖେଳିବ । ତେବେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ଲଢେଇ । ବିଶାଖାପାଟନାରେ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଥିବା ବେଳେ ସିରିଜ କିଏ ହାତେଇବ ତାହା ଉପରେ ରହିଛି ସମସ୍ତଙ୍କ ନଜର । 

publive-imageତେବେ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ଅନେକ ମହତ୍ତ୍ୱ ରଖୁଥିବା କୁହାଯାଉଛି । ଇଲଂଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ୱକପ ପାଇଁ କେଉଁ ଖେଳାଳୀ ଦଳରେ ସାମିଲ ରହିବେ, ତାହା ପାଖାପାଖି ଚୂଡାନ୍ତ ହୋଇସାରିଥିବା ବେଳେ ଦୁଇ ତିନୋଟି ସ୍ଥାନକୁ ନେଇ ଏବେ ଦ୍ୱନ୍ଦରେ ରହିଛନ୍ତି ଚୟନକର୍ତ୍ତା । ତେବେ ଏହି ସିରିଜ, ସେହି ଖେଳାଳୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ, ଯେଉଁମାନଙ୍କ ସ୍ଥାନ ବିଶ୍ୱକପ ପାଇଁ ଏପର୍ଯ୍ୟନ୍ତ ଚୟନ କରାଯାଇନାହିଁ । ତେବେ ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବାକୁ ଥିବା ବେଳେ, ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ । 

ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ (ୱିକେଟରକ୍ଷକ), ବିଜୟ ଶଙ୍କର, କୃର୍ଣ୍ଣାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଯଶପ୍ରିତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ ଏବଂ ମୟଙ୍କ ମାର୍କଣ୍ଡେୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe