କନକ ବ୍ୟୁରୋ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ବିଶ୍ୱକପ୍ ପୂର୍ବରୁ ବିଶ୍ୱ କ୍ରିକେଟର ଏହି ଦୁଇ ପ୍ରମୁଖ ଦଳ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ । ଭାରତ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି । ଗତ କିଛି ଦିନ ହେବ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

Advertisment

ଭାରତ ନିଜର ପୂର୍ଣ୍ଣ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଷ୍ଟ୍ରେଲିଆ କିନ୍ତୁ ଡେଭିଡ୍ ୱାର୍ଣ୍ଣରଙ୍କ ସହିତ କେତେକ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଆସିଛି । ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇ ଆସିଥିବା ଆରୋନ୍‌ ଫିଞ୍ଚ୍ ଗତ ସପ୍ତାହରେ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । ଖରାପ ଫର୍ମ କାରଣରୁ ସେ ଦିନିକିଆ ଫର୍ମାଟ ଛାଡ଼ିଥିବାରୁ ଟ୍ବେଣ୍ଟି-୨୦ରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଦେବାକୁ ଚାହିଁବେ ।

ଡେଭିଡ୍‌ ୱାର୍ଣ୍ଣର, ମିଚେଲ୍‌ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଓ ମିଚେଲ୍ ମାର୍ସ ଭାରତ ଆସିନାହାନ୍ତି । ସିଙ୍ଗାପୁର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ ମଧ୍ୟ ପାୱାର ହିଟର୍‌ ଟିମ୍ ଡେଭିଡ୍‌ ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପାଇଁ ପଦାର୍ପଣ କରିବା ଏକ ପ୍ରକାର ନିଶ୍ଚିତ ରହିଛି । ବିଶ୍ବର ବିଭିନ୍ନ ଟ୍ବେଣ୍ଟି-୨୦ ଲିଗ୍‌ରେ ନିଜ ଛାପ ଛାଡ଼ିବା ପରେ ଡେଭିଡ୍‌ ଏହି ସ‌ୁଯୋଗ ପାଇଛନ୍ତି ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ୍‌, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଭୁବନେଶ୍ବର କୁମାର, ହର୍ଷଲ୍ ପଟେଲ୍‌, ଦୀପକ ଚହର, ଯଶପ୍ରୀତ୍ ବୁମରା, ଉମେଶ ଯାଦବ।

ଅଷ୍ଟ୍ରେଲିଆ ଦଳ : ସିନ୍ ଆବୋଟ୍‌, ଆଷ୍ଟନ୍ ଆଗର, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, ନାଥନ୍ ଏଲିସ୍‌, ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), କାମେରନ୍ ଗ୍ରିନ୍‌, ଜୋସ୍ ହାଜେଲଉଡ୍‌, ଜୋସ୍‌ ଇଙ୍ଗଲିସ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, କେନ୍‌ ରିଚାର୍ଡସନ୍‌, ଡାନିଏଲ୍‌ ସାମ୍ସ, ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ୱାଦେ, ଆଦାମ ଜାମ୍ପା।