ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍ । ମୁମ୍ବାଇରେ ହେବ ମହାମୁକାବିଲା, କଙ୍ଗାରୁ ଦଳକୁ ମାତ୍ ଦେବା ପ୍ରସ୍ତୁତ କୋହଲି ବାହିନୀ ।

568

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଭାରତ -ଅଷ୍ଟ୍ରେଲିଆ ଦିନିକିଆ ଲଢ଼େଇ । ଆଜି ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ ଠାରେ ଖେଳାଯିବ । ଶ୍ରୀଲଙ୍କାକୁ ସହଜରେ ହରାଇ ୨୦୨୦ ଅଭିଯାନକୁ ଆତ୍ମବିଶ୍ୱାସର ସହ ଆରମ୍ଭ କରିଥିବା ଭାରତୀୟ ଦଳ ପାଇଁ ଅଷ୍ଟ୍ରେଲିଆ ମ୍ୟାଚ ବଡ ପରୀକ୍ଷା ହେବ । ଏହା ପରେ ଆସନ୍ତା ୧୭ ତାରିଖରେ ଦ୍ୱିତୀୟ ମୁକାବିଲା ରାଜକୋଟ ଏବଂ ୧୯ରେ ତୃତୀୟ ତଥା ଶେଷ ମ୍ୟାଚ ବେଙ୍ଗାଲୁୁରୁରେ ଖେଳାଯିବ ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗତବର୍ଷ ଫେବ୍ରୁଆରୀରେ ଭାରତ ଆସି ଦୁଇ ଟିକିଆ ଟି-୨୦ ଏବଂ ପାଂଚ ଟିକିଆ ଦିନିକିଆ ଶୃଙ୍ଖଳା ଖେଳିଥିଲା । ଉଭୟ ସିରିଜକୁ କବଜା କରିଥିଲେ କଙ୍ଗାରୁ ଦଳ । ବିଶ୍ୱକପ୍ ଯିବା ପୂର୍ବରୁ ଭାରତୀୟ ଦଳର ଏହି ପରାଜୟ ପ୍ରଶଂସକଙ୍କୁ ବେଶ୍ ବାଧିଥିଲା । ଏଥର ଭାରତ ପାଖରେ ସେହି ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିବ । ମୋଟ ଉପରେ ଅଷ୍ଟ୍ରେଲିଆ ୧୩୭ଟି ଦିନିକିଆ ଖେଳିଛି । ସେଥିରୁ ମାତ୍ର ୫୦ଟି ମ୍ୟାଚ ଜିତିଥିବାବେଳେ ୭୭ ମ୍ୟାଚରେ ହାରି ଯାଇଛି ।