କନକ ବ୍ୟୁରୋ : ବିଶ୍ୱକପରେ ଆସନ୍ତାକାଲି ନିଜ ପଞ୍ଚମ ମ୍ୟାଚ୍ ଖେଳିବ ଭାରତ । ବିଶ୍ୱକପର ୨୮ତମ ମ୍ୟାଚରେ ଇଂଲଣ୍ଡ ସାଉଥହମ୍ପଟନର ଦ ରୋଜ ବୋଲ୍ ଷ୍ଟାଡିୟମରେ ଅପରାହ୍ନ ୩ଟା ରେ ମୁହାଁମୁହିଁ ହେବେ ଭାରତ ଏବଂ ଆଫଗାନିସ୍ତାନ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ମୋଟ୍ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟି ବିଜୟ ଏବଂ ଗୋଟିଏ ମ୍ୟାଚ୍ ବାତିଲ ହେବା ଯୋଗୁଁ ୭ ପଏଣ୍ଟ ସହ ଟେବୁଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ନିଜ ବିଜୟ ଅଭିଯାନ ଆରମ୍ଭ କରିପାରିନାହିଁ । ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ଯାକ ମ୍ୟାଚରେ ପରାଜିତ ହୋଇଛି ।

Advertisment

ବିଶ୍ୱକପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଆଫଗାନିସ୍ତାନ । ଆଉ ଏହି ମ୍ୟାଚ ଜିତି ନିଜ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ କାଲି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ଆହତ ସମସ୍ୟା ଭାରତ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିଜୟ ଶଙ୍କର ଫିଟ୍ ହେବା ଖବର ଦଳକୁ ଆଶ୍ୱସ୍ତି ଦେଇଛି । ଅନ୍ୟପଟେ ଚଳିତ ବିଶ୍ୱକପରେ ବିଜୟ ଖାତା ଖୋଲି ପାରିନଥିବା ଆଫଗାନିସ୍ତାନ କାଲିର ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।