କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨୪ ଘଂଟା ବାକି । ଏଣିକି ଭୋଟରଙ୍କ ହାତରେ ଚାବି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର ଶେଷ କରିଛନ୍ତି । ମାଓ ଇଲାକାରେ ଆସୁଥିବା କୋରାପୁଟ ଓ ମାଲକାନଗିରିରେ ସୀମା ସିଲ୍ ସହିତ ସମସ୍ତ ବୁଥରେ ପୁଲିସ ମୁତୟନ ବ୍ୟବସ୍ଥା ହୋଇଛି ।
ସେହିପରି ରାୟଗଡା ଓ କନ୍ଧମାଳ ଜିଲ୍ଲା ସୀମାବର୍ତି ନକ୍ସଲ ପ୍ରଭାବିତ ଅଂଚଳରେ ୨ ପ୍ଲାଟୁନ ଡିଭିଏଫ ଫୋର୍ସ ମୁତୟନ ସହ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜ ନିଜ ବୁଥ୍ରେ ପୁଲିଂ ଦଳ ପହଂଚି ସାରିଛନ୍ତି । ଆଜି ଇଭିଏମ ମେସିନ୍ ଗୁଡିକର ପରୀକ୍ଷାମୂଳକ ଭାବେ ଯାଂଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ୩ହଜାର ୭୦୭ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି ।
ଅନ୍ୟପଟେ, ବ୍ରହ୍ମପୁରରେ ନିର୍ବାଚନ ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍, ଭିଭିପାଟ୍ ମେସିନ୍ ସହିତ ପୁଲିଂ ପାର୍ଟି ପହଁଚିସାରିଲେଣି । ନିଜେ ଜିଲ୍ଲାପାଳ ଏହି କାମର ତଦାରଖ କରୁଛନ୍ତି । ବ୍ରହ୍ମପୁରରେ କେମିତି ରହିଛି ଆସନ୍ତାକାଲିର ମତଦାନ ପାଇଁ ପ୍ରସ୍ତୁତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/VOTE.jpg)
/kanak/media/post_attachments/wp-content/uploads/2019/04/4-2-300x173.jpg)
/kanak/media/post_attachments/wp-content/uploads/2019/04/POLL-1-300x224.png)