କନକ ବ୍ୟୁରୋ : ବୁଧବାର ଟିକାକରଣରେ ନୂଆ ମାଇଲଖୁଣ୍ଟ ଛୁଇଁଛି ଭାରତ । ଦେଶରେ ମୋଟ ଟିକାକରଣ ୬୦ କୋଟି ଡୋଜ୍ ଟପିଛି । ୬୦ କୋଟି ୨୬ ଲକ୍ଷ ୬୧ ହଜାର ୯୩୮ ଲୋକ ଅତି କମରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । ସେଥିରୁ ପ୍ରଥମ ଡୋଜ ନେଇଛନ୍ତି ୪୬ କୋଟି ୬୯ ଲକ୍ଷ ୬୪ ହଜାର ୨୭୯ ଜଣ । ଦେଶରେ ସମ୍ପୂର୍ଣ୍ଣ ଟିକାକରଣ ବା ଦୁଇ ଡୋଜ୍ ଟିକା ନେଇଛନ୍ତି ୧୩ କୋଟି ୫୬ ଲକ୍ଷ ୯୭ ହଜାର ୬୫୯ ଲୋକ । ଏପଟେ ଓଡିଶାରେ ୫୦ ଲକ୍ଷ ଟପିଛି ସମ୍ପୂର୍ଣ୍ଣ ଟିକାକରଣ । ରାଜ୍ୟରେ ମୋଟ ୨ କୋଟି ୧୦ ଲକ୍ଷ ୬୨ ହଜାର ୫୧୭ ଟିକା ଦିଆଯାଇଛି ।
ଟିକାକରଣରେ ନୂଆ ମାଇଲଖୁଣ୍ଟ ଛୁଇଁଛି ଭାରତ । ଦେଶରେ ମୋଟ ଟିକାକରଣ ୬୦କୋଟି ଡୋଜ୍ ଟପିଛିି
/kanak/media/post_attachments/wp-content/uploads/2021/08/713a5738_mumbai-vaccine-generic650_625x300_19_January_21.jpg)