କନକ ବ୍ୟୁରୋ : ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି କଡା ଟକ୍କର । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଆଗରେ ୧୭୮ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ । ୪୭ ଓଭର ୨ଟି ବଲରେ ଦଳ ନିଜର ସମସ୍ତ ୱିକେଟ୍ ହରାଇ ୧୭୭ ରନ୍ କରିବାକୁ ସମର୍ଥ ହୋଇଛି ।
ଦକ୍ଷିଣ ଆଫ୍ରିକାର ସେଡଗାର ପାର୍କ ଠାରେ ଆଜି ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପୂର୍ବ ମ୍ୟାଚ ଗୁଡିକରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତ, ଆଜିର ମ୍ୟାଚରେ କିନ୍ତୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରିନାହିଁ । ସେମିଫାଇନାଲରେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ଛାଡିଦେଲେ ଆଜି ଅନ୍ୟ କୌଣସି ଭାରତୀୟ ଖେଳାଳୀ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି ।
ଯଶସ୍ୱୀ ଜୟସ୍ୱାଲ ୧୨୧ଟି ବଲ ଖେଳି ୮୮ ରନ୍ କରିଥିଲେ । ସେହିପରି ତିଲକ ବର୍ମା ୩୮ ରନ ଏବଂ ଧ୍ରୁବ ଜୁରେଲ ୨୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁପାରିନାହାନ୍ତି । ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ ୬ଟି ୱିକେଟ୍ ହାସଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/EQUvDh8VUAEf_LZ.jpg)