୧୦ବର୍ଷରୁ କମ ସମୟରେ ଭାରତର ଛବି ବଦଳାଇଛନ୍ତି ମୋଦୀ ସରକାର, ଆମେରିକୀୟ ସଂସ୍ଥା ମୋରଗାନ ଷ୍ଟାନଲି କହିଲା ୨୦୧୩ ପରି ନାହିଁ ଆଉ ଭାରତର ସ୍ଥିତି

150

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଛି ଭାରତର ଛବି । ବିଶ୍ୱରେ ନିଜର ଏକ ନୂଆ ପରିଚୟ ଓ ସ୍ଥାନ ବନାଇପାରିଛି ଭାରତ । ଏହା କେବଳ ୧୦ବର୍ଷରୁ କମ ସମୟ ଭିତରେ ସମ୍ଭବ ହୋଇପାରିଛି । ଏହି ସବୁର ଶ୍ରେୟ ଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ । ଏଭଳି କିଛି କଥା କହି ମୋଦି ସରକାରଙ୍କୁ ପ୍ରଶଂସା କରିଛି ଆମେରିକୀୟ ଅର୍ଥନୈତିକ ସର୍ଭେ କମ୍ପାନୀ ମୋରଗାନ ଷ୍ଟାନଲି । ଏସିଆ ଓ ବୈଶ୍ୱିକ ଅଭିବୃଦ୍ଦିରେ ଭାରତର ବଡ ଭୂମିକା ତୁଳାଉଥିବା ମଧ୍ୟ ମୋରଗାନ ଷ୍ଟାନଲି କହିଛି । ଭାରତ ହେଉଛି ବିଶ୍ୱର ୨ୟ ଦେଶ ଯେଉଁଁଠି ଆର୍ଥିକ ଅଭିବୃଦ୍ଧି ବେଶ ଦ୍ରୁତ ଗତିରେ ହେଉଛି । ୨୦୧୪ ପରଠୁ ଭାରତ ପ୍ରତି ନିବେଶକଙ୍କ ଆସ୍ଥା ଦ୍ୱିଗଣା ବୃଦ୍ଧି ପାଇଛି । ବର୍ତମାନର ଭାରତ ୨୦୧୩ର ଭାରତରୁ ବେଶ ଅଧିକ ପ୍ରଗତିଶୀଳ ଓ ଆର୍ଥିକ ସମୃଦ୍ଧ ଦେଶରେ ପରିଣତ ହୋଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଏକକ ଟିକସ ବ୍ୟବସ୍ଥା ଜିଏସଟି ଆଦାୟ ବୃଦ୍ଧି ପାଇଛି ଓ ଜିଡିପି ସମେତ ଡିଜିଟାଲ କାରବାର ମଧ୍ୟ ବଢିବାରେ ଲାଗିଛି ।ଯାହା ଭାରତର ସଂଗଠିତ ଅର୍ଥବ୍ୟବସ୍ଥାକୁ ସୂଚାଉଛି ।