ଚୀନକୁ ମଜା ଚଖାଇବା ପାଇଁ ଅଣ୍ଟା ଭିଡିଲେ ଭାରତୀୟ ବ୍ୟବସାୟୀ ! ମାର୍ଚ୍ଚ ୧୯ ରେ ଦେଶବ୍ୟାପୀ ବ୍ୟବସାୟୀ ଜାଳିବେ ଚୀନ୍ ସାମଗ୍ରୀ ।

ଚୀନକୁ ମଜା ଚଖାଇବା ପାଇଁ ଅଣ୍ଟା ଭିଡିଲେ ଭାରତୀୟ ବ୍ୟବସାୟୀ ! ମାର୍ଚ୍ଚ ୧୯ ରେ ଦେଶବ୍ୟାପୀ ବ୍ୟବସାୟୀ ଜାଳିବେ ଚୀନ୍ ସାମଗ୍ରୀ ।

Indiatimes.com

ଲଗାତାର ଚତୁର୍ଥଥର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କବାଦୀ ମସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ମାମଲାରେ ଚୀନ୍ ପୁଣିଥରେ ନିଜ ଭିଟୋ ପାୱାରର ଉପଯୋଗ କରି ପାକ୍ କୁ ପୁଣିଥରେ ସାହାର୍ଯ୍ୟ କରିବା ଘଟଣାରୁ ଚୀନ୍ ନିଜକୁ ଭାରତ ସୁରକ୍ଷା ବିରୋଧି ସାବ୍ୟସ୍ତ କରିସାରିଛି । ଚୀନର ଏଭଳି ବ୍ୟବହାରରେ ଦେଶସାରା ଆକ୍ରୋଶର ବହ୍ନି ଜଳୁଛି । ଏବେ ପାକିସ୍ତାନ ସମେତ ଚୀନକୁ ମଧ୍ୟ ଦେଶବାସୀ ଭାରତ ସୁରକ୍ଷାର ଶତ୍ରୁ ବୋଲି ଭାବିବା ସହ ଚୀନକୁ ଉଚିତ୍ ଯବାବ୍ ଦେବାକୁ ଚାହୁଁଛନ୍ତି । ଏହି କ୍ରୋଧକୁ ଜାହିର କରିବାକୁ ଯାଇ କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ୭ କୋଟି ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା ଦେଶରୁ ୪୦ ହଜାରରୁ ଅଧିକ ବ୍ୟବସାୟୀ ସଂଗଠନ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

publive-image

କେଟ୍ ହୋଲି ଅବସରରେ ଆଗାମୀ ୧୯ ମାର୍ଚ୍ଚରେ ଦେଶସାରା ଚୀନ୍ ସାମଗ୍ରୀକୁ ଜଳାଇବା ପାଇଁ ଘୋଷଣା କରିଛି । ରାଜଧାନୀ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ହେବ । ଅନ୍ୟପକ୍ଷରେ ଦେଶସାରା ୧୫୦୦ ସ୍ଥାନରେ ଚୀନ୍ ବସ୍ତୁକୁ ଜଳାଯିବ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ପ୍ରଥମ ଚରଣରେ ଚୀନ୍ ରୁ ଆସୁଥିବା ବସ୍ତୁକୁ ୩୦୦ ରୁ ୫୦୦ ପ୍ରତିଶତ କଷ୍ଟମ୍ ଡ୍ୟୁଟି ଲଗାଯାଉ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ଯେ ଚୀନ୍ କଞ୍ଚାମାଲ୍ ଏବଂ ପ୍ରଡକ୍ଟ ଉପରେ ଧ୍ୟାନ ନ ଦେଇ ଭାରତର ଘରୋଇ ଉଦ୍ୟୋଗ ଉପରେ ସରକାର ସ୍ୱେଶାଲ୍ ପ୍ୟାକେଜ୍ ଦିଅନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe