ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ଦେଶରେ ଦୁଇଟି ଟିକାକୁ ଅନୁମତି ପରେ ମୋଦି କହିଲେ, ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।

80
କନକ ବ୍ୟୁରୋ: ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଖୁବ ଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ଉଦବୋଧନ ଦେବା ବେଳେ ଏହି କହିଛନ୍ତି ମୋଦୀ ।
ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।  କରୋନା ମହାମାରୀ ଭିତରେ ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି କନକ୍ଲେଭକୁ ଉଦବୋଧନ ଦେବା ବେଳେ ମୋଦୀ କହିଛନ୍ତି ଯେ, ଦେଶରେ କରୋନା ମହାମାରୀକୁ କାବୁ କରିବାକୁ ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ । ଭାରତରେ ପ୍ରସ୍ତୁତ ହେଉଥିବା ଟିକାକୁ ନେଇ ବୈଜ୍ଞାନିକ ଓ ଟ୍ୟାକନିସିଆନଙ୍କ ନିକଟରେ ସାରା ଦେଶ ଋଣି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶରେ ୨ଟି କରୋନା ଟିକାକୁ ଅନୁମତି ମିଳିଛି । ପ୍ରାୟ ୧୩୦ କୋଟି ଲୋକଙ୍କ ଦେଶ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କିଭଳି ହେବ କୋଭିଡ୍ ଟିକାକରଣ, ତାହା ସବୁଠାରୁ ବଡ ଆହ୍ୱାନ । ଟିକା ଆସିଲେ କେମିତି ଏହା ଦିଆଯିବ ସେ ନେଇ ଦେଶର ସବୁ ରାଜ୍ୟରେ ଡ୍ରାଏ ରନ୍ କରାଯାଇଛି । କେନ୍ଦ୍ର ସରକାର ଓ ସବୁ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ଏକସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ । ପ୍ରଥମ ଦଫାରେ ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରଥମରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, କରୋନା ଯୋଦ୍ଧା ଟିକା ପାଇବେ । ୫୦ ବର୍ଷରୁ ଅଧିକ ବୟସ ଓ ଜଟିଳ ରୋଗରେ ପୀଡିତ ଲୋକ ବି ଏଥିରେ ସାମିଲ ଅଛନ୍ତି ।
ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ ପ୍ରସ୍ତୁତି କରିଛନ୍ତି ସରକାର ।