କନକ ବ୍ୟୁରୋ : ୟୁକ୍ରେନକୁ ମେଡିକାଲ ସହାୟତା ପଠାଇବ ଭାରତ । ମେଡିସିନ୍ ସମେତ ଅନ୍ୟାନ୍ୟ ମାନବିକ ସହାୟତା ପଠାଇବ ଭାରତ । ଆଜି ପ୍ରଥମ ପର୍ଯ୍ୟାୟ ସାମଗ୍ରୀ ପଠାଯିବ ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି । କେବଳ ଭାରତ ନୁହଁ ସାରା ବିଶ୍ୱ ୟୁକ୍ରେନକୁ ସହାୟତାର ହାତ ବଢାଇଛି ।

Advertisment

- ଆମେରିକା ପଠାଇଛି ୫୦୦ ଷ୍ଟିଙ୍ଗର ମିସାଇଲ
- ସ୍ୱିଡେନ୍ ପଠାଇଛି ୫ ହଜାର ଆଂଟି ଟ୍ୟାଙ୍କ ମାରଣାସ୍ତ୍ର
- ୫ ହଜାର ହେଲମେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇଛି ସ୍ୱିଡେନ୍
- ୨ ହଜାର ହେଲମେଟ୍ ପଠାଇଛି ଫିନଲାଣ୍ଡ
- ୩ ହଜାର ମେସିନ୍ ଗନ୍ ୟୁକ୍ରେନକୁ ପଠାଇଛି ବେଲଜିୟମ୍
- ୨୦୦ ଆଂଟି ଟ୍ୟାଙ୍କ ଗ୍ରେନେଡ୍ ଲଂଚର ମଧ୍ୟ ପଠାଇଛି ବେଲଜିୟମ୍
- ୪୫୦ ମିଲିୟନ୍ ୟୁରୋର ଅସ୍ତ୍ରଶସ୍ତ୍ର ପଠାଇଛି ୟୁରୋପୀୟ ସଂଘ
- ଇଟାଲୀ ପଠାଇଛି ୧୧୦ ମିଲିୟନ୍ ୟୁରୋ
- କାନାଡା ଆଂଟି ଟ୍ୟାଙ୍କ ମାରଣାସ୍ତ୍ର ପଠାଇଛି
- ଅଷ୍ଟ୍ରେଲିଆ ୫୦ ମିଲିୟନ୍ ଡଲାରର ପ୍ରତିରକ୍ଷା ସହାୟତା ପଠାଇଛି
- ୨୫ ମିଲିୟନ୍ ଡଲାରର ମାନବିକ ସହାୟତା ପଠାଇଛି ଅଷ୍ଟ୍ରେଲିଆ