କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ କରୋନା ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଗଭୀର ଅନୁଧ୍ୟାନ ଆରମ୍ଭ କରିବ ଭାରତ । ଆଷ୍ଟ୍ରାଜେନିକା କରୋନା ଟିକା ନେବା ପରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ଆସିବା ଭିତରେ, ବର୍ତମାନ ଭାରତରେ କରୋନା ଟିକାକରଣ ପାଶ୍ୱର୍ ପ୍ରତିକ୍ରିୟା ଦିଗ ପ୍ରତି ଅଧିକ ଯତ୍ନବାନ ହୋଇ ଅନୁଧ୍ୟାନ ଆରମ୍ଭ କରାଯିବ ବୋଲି କୁହାଯାଇଛି । ଆଷ୍ଟ୍ରାଜେନିକା ଟିକା ନେବା ପରେ ଦେହରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ପରେ, ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ ଏବଂ ଥାଇଲାଣ୍ଡ ପରି ରାଷ୍ଟ୍ର ସାମୟିକ ଭାବେ , ଟିକାକରଣ ଉପରେ ରୋକ୍ ଲାଗିଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ କୋଭିଡ ୧୯ ନାସନାଲ ଟାସ୍କ ଫୋର୍ସ , ଭାରତରେ କରୋନା ଟିକାକରଣ ନେଇ ଅଧିକ ସତର୍କ ହୋଇଛି । ବର୍ତମାନ ସୁଦ୍ଧା ଭାରତରେ ସେଭଳି ଟିକାକରଣ ପରେ କୌଣସି ବଡ ଧରଣର ସମସ୍ୟା ଦେଖିବାକୁ ମିଳିନି । ଟିକା ନେବା ପରେ ପାଶ୍ୱର୍ପ୍ରତିକ୍ରିୟା ହାର ଭାରତରେ କମ୍ ରହିଛି । ଏବେ ବିଦେଶରୁ ଆଷ୍ଟ୍ରାଜେନିକାକୁ ନେଇ ଏପରି ଅଭିଯୋଗ ଆସିବା ପରେ, ଭାରତରେ ଏବେ ଟିକା କରଣ ପରେ , ରକ୍ତ ଜମାଟ ହେବା ପରି ସମସ୍ୟା ହେଉଛି କି ନାହିଁ , ସେଥିପ୍ରତି ନାସନାଲ ଟାସ୍କ ଫୋର୍ସ ଅଧିକ ଧ୍ୟାନ ଦେବ ବୋଲି କହିଛି ।
ବର୍ତ୍ତମାନ ଟିକା ନେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ସମସ୍ତ ରୋଗୀ ଏବଂ କରୋନା ମୃତକଙ୍କ ସ୍ଥିତିକୁ ଅଧିକ ଗମ୍ଭୀରତାର ସହିତ ଅନୁଧ୍ୟାନ କରାଯିବ । ଭାରତରେ କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା , କରୋନା ଟିକାକରଣରେ ବ୍ୟବହାର କରାଯାଉଛି । ଏହା ମଧ୍ୟରେ ଦେଶରେ ୨ କୋଟି ୮୨ ଲକ୍ଷରୁ ଅଧିକ ଡୋଜ୍ ଦିଆଯାଇ ସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/2-24.jpg)