‘ମହାବଳୀ’ ଗର୍ଜିବ, ପାକିସ୍ତାନ ଥରିବ । ବର୍ଷେ ପରେ ବାୟୁସେନାରେ ସାମିଲ ହେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମିସାଇଲ ସିଷ୍ଟମ ଏସ-୪୦୦ ।

1,228

କନକ ବ୍ୟୁରୋ: ‘ମହାବଳୀ’ ଗର୍ଜିବ, ପାକିସ୍ତାନ ଥରିବ । ଭାରତ ଆଗରେ ମୁଣ୍ଡ ନୁଆଁଇବ ଶତ୍ରୁ । ‘ମହାବଳୀ’ର ମହାଗର୍ଜନରେ ଫାଟି ପଡିବ ଶତ୍ରୁ ଦେଶର ମାଟି । କମ୍ପି ଉଠିବ ଶତ୍ରୁପକ୍ଷଙ୍କ ଛାତି । ବାୟୁରେ ବାୟୁରେ ଚିରି ପକାଇବ ଶତ୍ରୁ ପଠାଇଥିବା ବଡ ବଡ ବାହୁବଳୀ ମିସାଇଲ । କାରଣ ଭାରତକୁ ସୁରକ୍ଷା ଦେବାକୁ ଆସୁଛି ‘ମହାବଳୀ’ । ଦେଶର ସୁରକ୍ଷା ବଳରେ ସାମିଲ ହେବ ଦୁନିଆର ସବୁଠାରୁ ଶକ୍ତିଶାଳୀ ମିସାଇଲ ସିଷ୍ଟମ ଏସ-୪୦୦ ।

ଭାରତର ପ୍ରତିରକ୍ଷା ବିଭାଗରେ ମହାବଳୀ ସାମିଲ ହେଲେ ଭାରତ ଆଗରେ ମୁଣ୍ଡ ନୁଆଁଇବେ ପାକିସ୍ତାନ ଭଳି ଶତ୍ରୁ ଦେଶ । ଭାରତ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିବା ଆଗରୁ ଶହେ ଥର ଚିନ୍ତା କରିବେ ଶତ୍ରୁପକ୍ଷ । କାରଣ ମହାବଳୀ ଆଗରେ କୌଣସି ବାହୁବଳୀର ବଳ କାମ କରିବନି । ଏହି ମିସାଇଲ ଆକାଶରେ ଉଡି ଉଡି ଶତ୍ରୁକୁ ଶକ୍ତ ଚାପୁଡା ଦେବ ଆଉ ତାସହ ମହାବଳୀର ମହାଗର୍ଜନରେ ମଝି ଆକାଶରେ ଧ୍ୱଂସ ହୋଇଯିବ ଶତ୍ରୁର ବାଣ ।

ତେବେ କଣ ଏହି ମିସାଇଲ ସିଷ୍ଟମ ଏସ-୪୦୦ ? ଯାହା ଶତ୍ରୁଙ୍କ ମୁଣ୍ଡରେ ଚଡକ ପକାଇବ? କେଉଁ କ୍ଷମତାର ଅଧିକାରୀ ଏସ-୪୦୦ ? ଜାଣନ୍ତୁ ପୂରା ତଥ୍ୟ…

୧- ବାୟୁସେନାରେ ସାମିଲ ହେବାକୁ ଥିବା ଏସ-୪୦୦ ଆକାଶ ମାର୍ଗରୁ ଦେଶକୁ ସୁରକ୍ଷା ଦେବ
୨- ପାକିସ୍ତାନ, ଚୀନ ଭଳି ଶତ୍ରୁ ଦେଶର ନ୍ୟୁକ୍ଲିୟର ମିସାଇଲକୁ ବି ମହାବଳୀ ଭାରତ ମାଟିରେ ଖସାଇବାକୁ ଦେବନି । ବରଂ ମଝି ଆକାଶରେ ହିଁ ହିସାବ ବରାବର କରିବ ।
୩- ୪୦୦ କିମି ଦୂରରୁ ମହାବଳୀ ଶତ୍ରୁ ଦେଶର ବିମାନ, ମିସାଇଲ, ଡ୍ରୋନକୁ ଧକ୍କା ଦେଇ ଖସାଇ ଦେବ
୪- ଏସ-୪୦୦ ସିଷ୍ଟମରୁ ଏକାଥରେ ୭୨ଟି ମିସାଇଲ ଛାଡି ହେବ । ସିଷ୍ଟମ ଲାଗିଥିବା ଟ୍ରକର ୮ଟି ଚକ ସବୁ ଦିଗକୁ ବୁଲି ପାରିବ । ତେଣୁ ଏସ-୪୦୦ ଯେକୌଣସି ସ୍ଥାନକୁ ଯାଇ ଆକ୍ରମଣ କରିପାରିବ ।
୫- ମହାବଳୀର ଶକ୍ତି ଏତେ ଅଧିକ ଯେ, ଆମେରିକାର ଶକ୍ତିଶାଳୀ ଫାଇଟର ଜେଟ୍ ଏଫ- ୩୫କୁ ମଧ୍ୟ ଧ୍ୱଂସ କରିଦେବ ।
୬- ୩୬ଟି ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲକୁ ବି ମହାବଳୀ ମାଟି ଚଟାଇ ଦେବ
୭- ଚୀନ ପରେ ଭାରତ ହେଉଛି ୨ୟ ଦେଶ ଯିଏ କି ଏହି ଶକ୍ତିଶାଳୀ ସିଷ୍ଟମ ଏସ-୪୦୦ କିଣିବ
୮- ମାଇନସ ୫୦ ଡିଗ୍ରୀରୁ ୭୦ ଡିଗ୍ରୀ ତାପମାତ୍ରାରେ ବି ମହାବଳୀ କାମ କରିବ ଆଉ ଶତ୍ରୁକୁ ଚକମା ଦେବ

ତେବେ ଆସନ୍ତା ୨୦୨୧ ଶେଷ ସୁଦ୍ଧା ଋଷ ଭାରତକୁ ଏହି ମିସାଇଲ ସିଷ୍ଟମ ପ୍ରଦାନ କରିବ । ୨୦୦୭ରୁ ଋଷର ପ୍ରତିରକ୍ଷା ସେବାରେ ଏହି ସିଷ୍ଟମ ଆପଣା ଯାଇଥିବା ବେଳେ ଏସ- ୩୦୦ର ଉନ୍ନତ ଭରସନ ଏସ-୪୦୦କୁ କିଣିବାକୁ ଭାରତ ଋଷକୁ ୨୦୧୮ରେ ଡିଲ ହୋଇଥିଲା । ଆଉ ଏହି ସିଷ୍ଟମ ପାଇଁ ଭାରତ ଋଷକୁ ୩୩ ହଜାର କୋଟି ଦେବାକୁ ଚୁକ୍ତି ହୋଇଥିଲା ।

ତେବେ ଆମେରିକା ଋଷକୁ ଏହି ସିଷ୍ଟମ ଅନ୍ୟ କାହାକୁ ନଦେବାକୁ ଚେତାବନୀ ଦେଇଥିବା ବେଳେ କୂଟନୈତିକ ଚାପ ପକାଇ ଭାରତ ଆମେରିକାକୁ ମନାଇ ନେଇଥିଲା ଆଉ ଏସ-୪୦୦ କିଣିବାକୁ ଡିଲ କରିଥିଲା । ତେବେ ଲୌକ୍ଷ୍ନୋ ଡିଫେନ୍ସ ଏକ୍ସପୋରେ ଏହି ସିଷ୍ଟମକୁ ପ୍ରଦର୍ଶିତ କରାଯାଇଥିବା ବେଳେ ଆସନ୍ତା ୨୦୨୧ ବେଳକୁ ଏହା ଭାରତ ମାଟିରେ ପହଞ୍ଚି ଦେଶକୁ ସୁରକ୍ଷା ଦେଉଥିବ ।