କନକ ବ୍ୟୁରୋ : ମେ’ ପହିଲାରେ ଭାରତରେ ପହଂଚିବ ରୁଷିଆ ଟିକା । ରୁଷିଆ ନିର୍ମିତ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଂଚିବ ବୋଲି ଜଣାପଡିଛି । ବଡକଥା ହେଉଛି ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ସମୁହ ଟିକାକରଣକୁ ଆହୁରି ବ୍ୟାପକ କରାଯିବ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା ।

Advertisment

ପୂର୍ବରୁ କୋଭିସିଲ୍ଡ ଓ ଦେଶୀଟିକା କୋଭାକ୍ସିନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଥିବାବେଳେ ଗତ ୧୨ ତାରିଖରେ ରୁଷିଆ ନିର୍ମିତ ସ୍ପୁଟନିକ-ଭି ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର । ତେଣୁ ଏହା ମେ’ ପହିଲାକୁ ହେବାକୁ ଥିବା ଟିକାକରଣରେ ସହାୟକ ହେବ ।

- ମେ’ ୧ରେ ପହଂଚିବ ରୁଷିଆ ନିର୍ମିତ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍
- ରଏଟର୍ସକୁ ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ ମୁଖ୍ୟ କିରିଲ ଡିମିଟ୍ରିଭଙ୍କ ସୂଚନା
- ତେବେ ପ୍ରଥମ ବ୍ୟାଚରେ କେତେ ପରିମାଣର ଟିକା ଆସିବ ସେ ନେଇ ନାହିଁ ସୂଚନା
- ଭାରତର ୫ଟି କମ୍ପାନି ସହ ଚୁକ୍ତି କରିସାରିଛି ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ
- ବର୍ଷକୁ ପ୍ରାୟ ସାଢେ ୮ କୋଟି ଡୋଜ୍ ଟିକା ଉତ୍ପାଦନ କରିବାକୁ ଆରଡିଆଇର ଲକ୍ଷ୍ୟ
- ରୁଷିଆର ସ୍ପୁଟନିକ-ଭି ଟିକା କରୋନା ବିରୋଧରେ ୯୦%ରୁ ଅଧିକ ପ୍ରଭାବୀ ଦାବି