ଗରିବ ଓ ଶିଳ୍ପ ସଂସ୍ଥା ପାଇଁ ଖୁବଶୀଘ୍ର ନୂଆ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର । ବିଶ୍ୱବ୍ୟାଙ୍କର ଡେଭଲପମେଂଟ କମିଟି ପ୍ଲିନାରୀ ବୈଠକରେ ଯୋଗ ଦେଇ ଅର୍ଥମନ୍ତ୍ରୀଙ୍କ ସୂଚନା

କହିଲେ ଷ୍ଟେକ ହୋଲଡର୍ସମାନଙ୍କ ସହ ଚାଲିଛି ବିଚାରବିମର୍ଶ

430

କନକ ବ୍ୟୁରୋ: କରୋନା ମହାମାରୀ ମୁକାବିଲା ସାରା ଦେଶ କରୁଥିବା ବେଳେ ଗରିବ ଏବଂ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ନୂଆ ଆର୍ଥିକ ପ୍ୟାକେଜ ବା ସହାୟତା ଘୋଷଣା କରିବେ କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ବିଶ୍ୱବ୍ୟାଙ୍କର ଡେଭଲପମେଂଟ କମିଟି ପ୍ଲିନାରୀ ବୈଠକରେ ଯୋଗ ଦେଇ ସୀତାରମଣ ଏହା କହିଛନ୍ତି । ଆର୍ଥିକ ସହାୟତା ଦେବା ପାଇଁ ଷ୍ଟେକ ହୋଲଡରସ ମାନଙ୍କ ସହିତ କେନ୍ଦ୍ର ସରକାର ଏ ଦିଗରେ କାମ କରୁଛନ୍ତି ବୋଲି ସେ କହିଛନ୍ତି ।

ଏଥିସହ ବିଶ୍ୱ ସମୁଦାୟକୁ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ଭାରତ କୋଭିଡ-୧୯ର ଚିକିତ୍ସା ପାଇଁ ଆବଶ୍ୟକ କରୁଥିବା ଦେଶମାନଙ୍କୁ ଔଷଧ ପ୍ରଦାନ କରିବ । ଏହି ଅବସରରେ ନିର୍ମଳା କହିଛନ୍ତି ଯେ ଗତମାସରେ ଭାରତ ସରକାର ୧.୭ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି । ଏହା ମଧ୍ୟରେ ରହିଛି ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ବିମା, କ୍ୟାସ ଟ୍ରାନସଫର, ମାଗଣା ଖାଦ୍ୟ, ଗ୍ୟାସ ଏବଂ ସାମାଜିକ ସୁରକ୍ଷା ।