୨୦୧୯ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସହ ଖେଳିବ ଟିମ୍ ଇଣ୍ଡିଆ ।

Advertisment
୨୦୧୯ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସହ ଖେଳିବ ଟିମ୍ ଇଣ୍ଡିଆ ।

image courtesy - za.as.com

ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଓ ୱେଲସ୍‌ରେ ମେ’ମାସ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଏବଂ ୱେଲସ୍‌ର ୪ଟି ସ୍ଥାନରେ ଆୟୋଜନ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ଭାରତ ସମେତ ଅନ୍ୟ ୯ଟି ଟିମ୍‌କୁ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ ଖେଳିବାକୁ ହେବ ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।
publive-imageଆଇସିସିର ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ତା’ର କୋଟାର ୨ଟି ମ୍ୟାଚ ମେ’ ମାସ ୨୪ରୁ ୨୮ ମଧ୍ୟରେ ଖେଳିବ। ଭାରତକୁ ଏହି ମ୍ୟାଚ୍‌ ବ୍ରିଷ୍ଟଲ, କାର୍ଡିଫ, ହେପସର ବାଉଲ ଏବଂ ଦ ଓଭାଲରେ ଖେଳିବାକୁ ପଡ଼ିବ। ଭାରତକୁ ନ୍ୟୁଜିଲାଣ୍ଡ ସହିତ ମେ’ ମାସ ୨୫ ଓ ବାଂଲାଦେଶ ସହିତ ୨୮ରେ ଅଭ୍ୟାସ ମ୍ୟାଚ ଖେଳିବାକୁ ହେବ। ଅଭ୍ୟାସ ମ୍ୟାଚ ୫୦ ଓଭର ଖେଳାଯିବାକୁ ଥିବା ବେଳେ, ଅଫିସିଆଲ ଭାବରେ ଏହାକୁ ଦିନିକିଆ ଭାବରେ ଗ୍ରହଣ କରାଯିବ ନାହିଁ। ଭାରତୀୟ ଟିମ୍‌ର ୧୫ ଜଣିଆ ସଦସ୍ୟ ମ୍ୟାଚ ପାଇଁ ପଡ଼ିଆକୁ ଓହ୍ଲାଇବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe