ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଓ ୱେଲସ୍ରେ ମେ’ମାସ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍ ପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ଇଂଲଣ୍ଡ ଏବଂ ୱେଲସ୍ର ୪ଟି ସ୍ଥାନରେ ଆୟୋଜନ ହେଉଥିବା ବିଶ୍ୱକପ୍ ପୂର୍ବରୁ ଭାରତ ସମେତ ଅନ୍ୟ ୯ଟି ଟିମ୍କୁ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ ଖେଳିବାକୁ ହେବ ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।
/kanak/media/post_attachments/wp-content/uploads/2019/01/31ind-icc-wc-300x205.jpg)