କନକ ବ୍ୟୁରୋ : କରୋନା ବେଳେ ଭାରତ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତି ଖବର ଆସିଛି । ଭାରତ ଅର୍ଥନୀତି ଆସନ୍ତା ୨୦୩୦ ଜାପାନର ଅର୍ଥନୀତିକୁ ଟପିଯିବ । ଫଳରେ ଭାରତ ଏସିଆର ଦ୍ୱିତୀୟ ବୃହତ ଓ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଷତ ହେବ । ଲଣ୍ଡନଭିତିକ ଆଇଏଚଏସ ମାର୍କିଟ ନାମକ ଏକ ସଂସ୍ଥା ପକ୍ଷରୁ ଶୁକ୍ରବାର ଏକ ରିପୋର୍ଟରେ ଏହା କୁହାଯାଇଛି । ବର୍ତମାନ ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ରହିଛି । ଭାରତ ଉପରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ,ଜାପାନ , ଜର୍ମାନୀ ଏବଂ ବ୍ରିଟେନ ରହିଛନ୍ତି ।
୨୦୩୦ ସୁଦ୍ଧା ଭାରତ ୟୁରୋପର ବଡ ଅର୍ଥନୀତି ଜର୍ମାନୀ , ଫ୍ରାନ୍ସ ଏବଂ ବ୍ରିଟେନକୁ ମଧ୍ୟ ଟପିବ । ମୁଦ୍ରାସ୍ଫିତିକୁ ବିଚାରକୁ ନନେଲେ ଭାରତର ଜିଡିପି ବା ମୋଟ ଘରୋଇ ଉତ୍ପାଦ ଏବେ ୨ଦଶମିକ ୭ ଲକ୍ଷ କୋଟି ଡଲାର ଛୁଇଁବ । ୨୦୩୦ ମସିହାବେଳକୁ ଏହା ୮.୪ ଲକ୍ଷ କୋଟି ଡଲାର ଛୁଇଁବ । ଭାରତର ବୃହତ ଏବଂ ବର୍ଦ୍ଧିତ ମଧ୍ୟମ ଆୟବର୍ଗର ଲୋକ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟକ ହେବେ । ଏଥିଯୋଗୁଁ ଭାରତର ମୋଟ ବ୍ୟୟ ବର୍ତମାନର ୧ଦଶମିକ ୫ଲକ୍ଷ କୋଟି ଡଲାରରୁ ୨୦୩୦ ବେଳକୁ ଦୁଇଗୁଣା ବୃଦ୍ଧି ପାଇ ୩ଲକ୍ଷ କୋଟି ଡଲାରରେ ପହଁଚିବ ।