ଆକାଶରେ ବଢିବ ଭାରତର ଶକ୍ତି । ଇସ୍ରାଏଲରୁ ଆଉ ଦୁଇଟି ଫାଲକନ୍ ଏଡବ୍ଲୁଏସିଏସ ଅର୍ଡର କରିବ ଭାରତ, ଯୁଦ୍ଧବିମାନକୁ ଚିହ୍ନଟ କରି ଟ୍ରାକ୍ କରିବ ଏହି ବିମାନ ।

Advertisment
ଆକାଶରେ ବଢିବ ଭାରତର ଶକ୍ତି । ଇସ୍ରାଏଲରୁ ଆଉ ଦୁଇଟି ଫାଲକନ୍ ଏଡବ୍ଲୁଏସିଏସ ଅର୍ଡର କରିବ ଭାରତ, ଯୁଦ୍ଧବିମାନକୁ ଚିହ୍ନଟ କରି ଟ୍ରାକ୍ କରିବ ଏହି ବିମାନ ।

କନକ ବ୍ୟୁରୋ : ଇସ୍ରାଏଲରୁ ଆଉ ଦୁଇଟି “ଫାଲକନ୍” ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ (ଏଡବ୍ଲ୍ୟୁଏସିଏସ) ବିମାନ କିଣିବା ପାଇଁ ଭାରତ ବର୍ତ୍ତମାନ ପ୍ରାୟ ୧ବିଲିୟନ ଡଲାରର ଚୁକ୍ତିକୁ ସିଲ୍ କରିବାକୁ ଯାଉଛି, ଯାହା ଅତୀତରେ ଅଧିକ ଖର୍ଚ୍ଚ ହେତୁ ଅତି କମରେ ଦୁଇଥର ସ୍ଥଗିତ କରାଯାଇଥିଲା ।

ସୂତ୍ରରୁ ଜଣାପଡିଛି ଯେ, ଫାଲକନ୍ ଖୁବ ଶୀଘ୍ର କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି (ସିସିଏସ୍) ରୁ ଚୂଡ଼ାନ୍ତ ନୋଡ ପାଇବାକୁ ଯାଉଛି ।  ଏହା ପୂର୍ବରୁ ଫାଲକନ୍ଏ ଡବ୍ଲ୍ୟୁଏସିଏସ ୨୦୦୯-୨୦୧୧ ମସିହାରେ ୧.୧ ବିଲିୟନ ଡ଼ଲାରରେ କିଣାଯାଇ ବାୟୁସେନାରେ ସାମିଲ କରାଯାଇଥିଲା । ଏବେ ବାୟୁସେନାର ଶକ୍ତି ବଢ଼ାଇବା ପାଇଁ ସେହିଭଳି ଦୁଇଟି ନୂତନ ଫାଲକନ୍ ଏଡବ୍ଲ୍ୟୁଏସିଏସ ବିମାନ ବାୟୁସେନାରେ ସାମିଲ ହେବ । ତିନିରୁ ଚାରି ବର୍ଷ ମଧ୍ୟରେ ଇସ୍ରାଏଲରୁ ଏହି ଦୁଇଟି ନୂତନ ଫାଲକନ୍ ଏଡବ୍ଲ୍ୟୁଏସିଏସ ଭାରତକୁ ଆସିବ । ପୂର୍ବରୁ ଭାରତୀୟ ବାୟୁସେନାରେ ଥିବା ଫାଲକନ୍ ଏଡବ୍ଲ୍ୟୁଏସିଏସଠାରୁ ଏହି ଦୁଇଟି ଫାଲକନ୍ ଏଡବ୍ଲ୍ୟୁଏସିଏସ ଅଧିକ ଉନ୍ନତ ହେବ ବୋଲି ସୂତ୍ରରୁ ପ୍ରକାଶ ।

publive-imageବାଲାକୋଟ ଏୟାରଷ୍ଟ୍ରାଇକ୍ ସମୟରେ ଅତିରିକ୍ତ ଏଡବ୍ଲ୍ୟୁଏସିଏସର ଆବଶ୍ୟକତା ଅନୁଭବ କରିଥି‌ଲା ବାୟୁସେନା । ଏବେ ପୂର୍ବ ଲଦାଖରେ ଚୀନ୍ ସହିତ ଚାଲିଥିବା ସାମରିକ ମୁକାବିଲା ଅତିରିକ୍ତ ଏଡବ୍ଲ୍ୟୁଏସିଏସର ଆବଶ୍ୟକତାକୁ ଆହୁରି ଦୃଢ଼ କରିପାରିଛି, ଯାହା ପାଇଁ ଏହାକୁ ଆଣିବା ପାଇଁ ଭାରତ ତତ୍ପର ହୋଇଛି ।

ଆଧୁନିକ ଯୁଦ୍ଧରେ ଏଡବ୍ଲ୍ୟୁଏସିଏସ କିମ୍ବା ଏଇଡବ୍ଲ୍ୟୁ ଆଣ୍ଡ ସି (ବାୟୁବାହୀ ପ୍ରାରମ୍ଭିକ ଚେତାବନୀ ଏବଂ ନିୟନ୍ତ୍ରଣ) ବିମାନଗୁଡିକ ଦେଶର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ସେମାନେ ଆସୁଥିବା ଯୁଦ୍ଧବିମାନ, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍, ଶତ୍ରୁ ଜେଟ ସହିତ ବାୟୁ ଯୁଦ୍ଧ ସମୟରେ  ଯୁଦ୍ଧବିମାନ ଚିହ୍ନଟ କରି ଟ୍ରାକ୍ କରିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe