କନକ ବ୍ୟୁରୋ : ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟ । ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ମହାରାଣୀଙ୍କ ପରଲୋକ ହୋଇଛି ।  ବ୍ରିଟେନ ରାଜପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ପରଲୋକରେ ବ୍ରିଟେନ ଇତିହାସରେ ଏକ ଯୁଗର ଅବସାନ ଘଟିଛି  । ଗତବର୍ଷ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଥିଲା । ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ନେଇ ବିଶ୍ୱର ସବୁ କୋଣରୁ ଶୋକବାର୍ତା ଛୁଟିଛି ।ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏଲିଜାବେଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ଦୀର୍ଘ ୭ ଦଶନ୍ଧୀ ଧରି ବ୍ରିଟେନ ଓ ବ୍ରିଟେନବାସୀଙ୍କୁ ଏଲିଜାବେଥ୍ ନେତୃତ୍ୱ ଦେଇ ଆସୁଥିଲେ ।

Advertisment

ମହାରାଣୀଙ୍କ କାହାଣୀ:

•    ଦୀର୍ଘ ୭୦ ବର୍ଷ ଧରି ବ୍ରିଟେନର ମହାରାଣୀ ଥିଲେ ଏଲିଜାବେଥ୍ ଦ୍ୱିତୀୟ
•    ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ଜନ୍ମ ହୋଇଥିଲେ ।
•    ତାଙ୍କର ପୁରା ନାଁ ଥିଲା ଏଲିଜାବେଥ୍ ଆଲେକଜାଣ୍ଡ୍ରା ମ୍ୟାରି ।
•    ଏଲିଜାବେଥ୍ ଦ୍ୱିତୀୟଙ୍କ ପିତା ଥିଲେ କିଙ୍ଗ ଜର୍ଜ ।
•    ତାଙ୍କ ମାଆଙ୍କ ନାଁ ମଧ୍ୟ ଏଲିଜାବେଥ୍ ଥିଲା ।
•    ୧୯୫୨ରେ ବାପାଙ୍କ ମୃତ୍ୟୁ ପରେ ତାଙ୍କ ହାତକୁ ଶାସନ ଆସିଥିଲା ।
•    ୧୯୫୩ରେ ବିଧିବଦ୍ଧ ଭାବେ ତାଙ୍କୁ ମହାରାଣୀ ଭାବେ ଅଭିଷିକ୍ତ କରାଯାଇଥିଲା ।
•    ୧୯୪୭ରେ ଫ୍ରିନ୍ସ ଫିଲିପଙ୍କ ସହ ତାଙ୍କର ବିବାହ ହୋଇଥିଲା ।
•    ଏଲିଜାବେଥ୍ ଦ୍ୱିତୀୟଙ୍କ ଦୀର୍ଘ ୭୦ ବର୍ଷର ଲମ୍ବା ଶାସନକାଳ ରହିଥିଲା ।
•    ବ୍ରିଟେନରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ତାଙ୍କ ନାଁରେ ରହିଛି ।

ବିଶ୍ୱର ସବୁଠୁ ଲମ୍ବା ସମୟ ଶାସନ କରିଥିବା ଶାସକଙ୍କ ତାଲିକାରେ ସେ ଦ୍ୱିତୀୟରେ ଅଛନ୍ତି । ଫ୍ରାନ୍ସର ଶାସକ ଚତୁର୍ଦ୍ଦଶ ଲୁଇସ୍ ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି । ଏଲିଜାବେଥ୍ ଗଣମାଧ୍ୟମକୁ ଖୁବ୍ କମ୍ ସାକ୍ଷାତକାର ଦେଉଥିଲେ । ବିଶେଷକରି ରାଜନୈତିକ ବିଷୟଗୁଡ଼ିକରେ ସେ ମନ୍ତବ୍ୟ ଦେବାରୁ ଦୂରେଇ ରହୁଥିଲେ । ବିଶ୍ୱର ପ୍ରାୟ ୬ ଶହ ସଂଗଠନ ସହ ସେ ଜଡ଼ିତ ଥିଲେ । ନିଜ ଶାସନ ସମୟରେ ୧୫ଜଣ ପ୍ରଧାନମନ୍ତ୍ରୀୁ ଶପଥ କରାଇଥିଲେ ।

ଏଲିଜାବେଥ ୨ୟ ବ୍ରିଟେନର ମହାରାଣୀ ହେବା ପଛରେ ଏକ ରୋଚକ କାହାଣୀ ରହିଛି । ବିଟ୍ରେନର କିଙ୍ଗ ଜର୍ଜ ପଂଚମଙ୍କର ୧୯୩୬ ମସିହାରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁପରେ ରାଜଗାଦୀରେ ତାଙ୍କ ବଡ ପୁଅ ଡେଭିଲ ବସିଥିଲେ । ସେ ନିଜ ରାଜକୀୟ ନାମ ଏଡୱାର୍ଡ ଅଷ୍ଟମ ରଖିଥିଲେ । କିନ୍ତୁ ନିଜ ପ୍ରେମ ସର୍ମ୍ପକ କାରଣରୁ ତାଙ୍କୁ ତୀବ୍ର ବିରୋଧ କରାଯିବାରରୁ ବାଧ୍ୟରେ ସେ ଗାଦି ଛାଡିଥିଲେ । ତାଙ୍କୁ ଗାଦିରୁ ହଟାଇ ଏଲିଜାବେଥଙ୍କ ପିତା ଆଲବର୍ଟ ରାଜଗାଦିରେ ବସାଯାଇଥିଲା ଏହା ପରେ ଏଲିଜାବେଥଙ୍କ ପାଇଁ ମହାରାଣୀ ହେବାକୁ ବାଟ ଫିଟିଥିଲା ।

ମହାରାଣୀ ଏଲିଜାବେଥଙ୍କ ପରରୋଲରେ ଶୋକରେ ବୁଡିଛି ପୂରା ବ୍ରିଟେନ । ଶୁକ୍ରବାର ପ୍ରିନ୍ସ ଚାର୍ଲସ ବିଟ୍ରେନବାସୀଙ୍କୁ ସମ୍ବୋଧନ କରିବେ । ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ  ବଡ ପ୍ରୁଅ ପ୍ରି୍ନ୍ସ ଚାର୍ଲସ ରାଜା ହେବେ । ବିଧିବଦ୍ଧ ଭାବେ ଶନିବାର ଆସେସନ କାଉନସିଲ ଦ୍ୱାରା ଚାର୍ଲସଙ୍କୁ ବିଟ୍ରେନର ରାଜା ଭାବେ ଦାୟିତ୍ୱ ହସ୍ତାନ୍ତର କରାଯିବ ।