ଆଟିଫିସିଆଲ ଇଂଟେଲିଜେନ୍ସ ଭୟାବହତା ଉପରେ ବିଶ୍ୱବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତା । ମୋଦୀ କହିଲେ ବିଶ୍ୱର ବିକାଶ ସହ ବିକାଶକୁ ଧ୍ୱଂସ କରିବା କ୍ଷମତା ରଖିଛି ଏଆଇ

128

କନକ ବ୍ୟୁରୋ : ଏଆଇ ଅର୍ଥାତ କୃତ୍ରିମ ବୁଦ୍ଧିମତାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା । ମାନବ ସମାଜକୁ ସହାୟତା ଲାଗି ଏହାର ପରିକଳ୍ପନା କରାଯାଇଥିଲା । ତେବେ ବର୍ତମାନ ଏହାର ବ୍ୟାପକ ଦୂରୁପଯୋଗ କରାଯାଉଥିବା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ଲାଗି ସାରା ବିଶ୍ୱକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବୈଶ୍ୱିକ ସହଭାଗିତା ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଆଇ କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋକପାତ କରିବା ସହ ଏହି ପ୍ରସଙ୍ଗରେ ସମସ୍ତ ରାଷ୍ଟ୍ର ଯତ୍ନଶୀଳ ହେବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାରା ବିଶ୍ୱ ଏଆଇକୁ ନେଇ ବିତର୍କ କରୁଥିବା ବେଳେ ଆସନ୍ତାବର୍ଷ ଜିପିଆଇ ଶିଖର ସମ୍ମିଳନୀକୁ ଭାରତ ଅଧ୍ୟକ୍ଷତା କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ପିଏମ ମୋଦି ।