ବିଦେଶରୁ କଳାଧନ ଫେରିବା ନେଇ ଫିଟିଲା ବାଟ ! ଆଜିଠାରୁ ସୁଇସ୍ ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ଭାରତୀୟଙ୍କ ସଂପର୍କରେ ସୂଚନା ଦେବ ବ୍ୟାଙ୍କ୍ କର୍ତ୍ତୃପକ୍ଷ , ଏଣିକି ତଥ୍ୟ ରହିବନି ଗୋପନୀୟ, ଆଉ ଚାଲିବ ନାହିଁ ଲୁଚାଛୁପା ଖେଳ

334

ଆଜିଠାରୁ ଭାରତୀୟଙ୍କ ସ୍ୱିସ୍ ବ୍ୟାଙ୍କ୍ ଖାତାର ବିବରଣୀ କର ବିଭାଗ ପାଖରେ ରହିବ । ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଥିବା ସୂଚନାର ଆଦାନ ପ୍ରଦାନ ହେବା ସହ ଭାରତୀୟଙ୍କ ସ୍ୱିସ୍ ବ୍ୟାଙ୍କ୍ ଖାତା ଉପରୁ ମଧ୍ୟ ରହସ୍ୟ ଉଠିବାର ସମ୍ଭାବନା ରହିଛି ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କୁ କଳାଧନ ସହ ଲଢେଇ ବିରୋଧରେ ମୁଖ୍ୟ ଭୂମିକା ନିଭାଉଛନ୍ତି । ବୋର୍ଡ ତରଫରୁ କୁହାଯାଇଛି ଯେ ସେପ୍ଟେମ୍ବର ମାସରୁ ସ୍ୱିସ୍ ବ୍ୟାଙ୍କ୍ ସହ ଜଡିତ ଥିବା ସମସ୍ତ ଗୋପନୀୟତା ଉପରୁ ପରଦା ହଟିବ । ସିବିଡିଟି ତରଫରୁ କୁହାଯାଇଛି ଯେ ୨୦୧୮ ରେ ବନ୍ଦ ହୋଇଥିବା ଖାତାର ବିବରଣୀ ମଧ୍ୟ ଏଥିରେ ଦିଆଯିବ । ସ୍ୱିସ୍ ବ୍ୟାଙ୍କ୍ ର ଆକାଉଣ୍ଟରେ ହୋଲ୍ଡର୍ସଙ୍କ ସୂଚନା ମିଳିବା ପରେ ତାଙ୍କ ଟ୍ୟାକ୍ସ ରିଟର୍ଣ୍ଣରେ ଏହା ଦିଆଯିବ ଏବଂ ଏନେଇ ପଦକ୍ଷେପ ମଧ୍ୟ ନିଆଯିବ । ଏହି ନିୟମକୁ ଗତବର୍ଷ ୩୬ ଦେଶଙ୍କ ସହ ଲାଗୁ କରାଯିବ ।

Comments are closed.