ଆଜିଠାରୁ ଭାରତୀୟଙ୍କ ସ୍ୱିସ୍ ବ୍ୟାଙ୍କ୍ ଖାତାର ବିବରଣୀ କର ବିଭାଗ ପାଖରେ ରହିବ । ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଥିବା ସୂଚନାର ଆଦାନ ପ୍ରଦାନ ହେବା ସହ ଭାରତୀୟଙ୍କ ସ୍ୱିସ୍ ବ୍ୟାଙ୍କ୍ ଖାତା ଉପରୁ ମଧ୍ୟ ରହସ୍ୟ ଉଠିବାର ସମ୍ଭାବନା ରହିଛି ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କୁ କଳାଧନ ସହ ଲଢେଇ ବିରୋଧରେ ମୁଖ୍ୟ ଭୂମିକା ନିଭାଉଛନ୍ତି । ବୋର୍ଡ ତରଫରୁ କୁହାଯାଇଛି ଯେ ସେପ୍ଟେମ୍ବର ମାସରୁ ସ୍ୱିସ୍ ବ୍ୟାଙ୍କ୍ ସହ ଜଡିତ ଥିବା ସମସ୍ତ ଗୋପନୀୟତା ଉପରୁ ପରଦା ହଟିବ । ସିବିଡିଟି ତରଫରୁ କୁହାଯାଇଛି ଯେ ୨୦୧୮ ରେ ବନ୍ଦ ହୋଇଥିବା ଖାତାର ବିବରଣୀ ମଧ୍ୟ ଏଥିରେ ଦିଆଯିବ । ସ୍ୱିସ୍ ବ୍ୟାଙ୍କ୍ ର ଆକାଉଣ୍ଟରେ ହୋଲ୍ଡର୍ସଙ୍କ ସୂଚନା ମିଳିବା ପରେ ତାଙ୍କ ଟ୍ୟାକ୍ସ ରିଟର୍ଣ୍ଣରେ ଏହା ଦିଆଯିବ ଏବଂ ଏନେଇ ପଦକ୍ଷେପ ମଧ୍ୟ ନିଆଯିବ । ଏହି ନିୟମକୁ ଗତବର୍ଷ ୩୬ ଦେଶଙ୍କ ସହ ଲାଗୁ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/EDVai_YUcAI2lAc.jpg)
/kanak/media/post_attachments/wp-content/uploads/2019/09/815590-swiss-bank-1-300x171.jpg)