କନକ ବ୍ୟୁରୋ: ବିସ୍ତାରବାଦ ନୀତି ଚଳାଇଥିବା ଚୀନକୁ ରୋକିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ଓ ଆମେରିକା । ସମୁଦ୍ର ପଥରେ ମୁତୟନ ହେବ ସେନା । ଚୀନ ନୌସେନାର ଅବାଧ ପ୍ରବେଶକୁ ରୋକିବାକୁ ସମୁଦ୍ରଭିତରେ ପ୍ରହରୀ ଦେବେ ଉଭୟ ଦେଶର ନୌସେନା । ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ମିଶି ହିନ୍ଦ ମହାସାଗର କ୍ଷେତ୍ରରେ କାମ କରିବେ । ଚୀନର ବିସ୍ତାରବାଦ ନୀତି ଉପରେ ଲଗାମ ଲଗାଇବେ ବୋଲି ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ୍ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ଓ ସାଉଥ୍ ଚାଇନା ସି ପର୍ଯ୍ୟନ୍ତ ଥିବା ସୀମାକୁ ଚୀନ ପରିବର୍ତ୍ତନ କରିବାକୁ ଚାହୁଁଛି । ଏଥିପାଇଁ ସେ ହିନ୍ଦ ମହାସାଗରକୁ ବ୍ୟବହାର କରୁଛି । ଏହାକୁ ରୋକିବାକୁ ଏବେ ଭାରତ ଆମେରିକା ମିଶି କାମ କରିବେ । ଆମେରିକା ଭାରତର ନୌସେନାକୁ ଆହୁରି ମଜବୁତ୍ କରିବ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବ । ଏପରି କରିବା କ୍ଷେତ୍ରରେ ଆମେରିକାର ଭିତିରି ଯୋଜନା ମଧ୍ୟ ରହିଛି । ଭାରତ ଯେପରି ପ୍ରତିରକ୍ଷା ଅସ୍ତ୍ର ପାଇଁ ଋଷ ଉପରେ ନିର୍ଭର ନକରୁ ଆମେରିକା ତାହା କରୁଛି ।
ଏନେଇ ଆମେରିକା ଅଧିକାରୀ କହିଛନ୍ତି ଯେ, ‘ହିନ୍ଦ ମହାସାଗର କ୍ଷେତ୍ରରେ ଅପରେସନ୍ ଏନଭାଇରନ୍ମେଣ୍ଟ ବଦଳୁଛି । ଏହି କ୍ଷେତ୍ରରେ ଯଦି ଭାରତକୁ ସହଯୋଗ କରାଯାଏ ତେବେ ଚୀନର ମନଇଚ୍ଛା କାର୍ଯ୍ୟକୁ ଅକାମୀ କରାଯାଇପାରିବ’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/16-31.jpg)