ଭାରତ କିଣିବ ଫାଇଜର ଟିକା । ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ପାଇଁ ଭାରତ ସରକାର କଥାବାର୍ତା କରିଥିବା ସୂଚନା ।

233

କନକ ବ୍ୟୁରୋ: ଆମେରିକାର ଔଷଧ ନିର୍ମାଣକାରୀ କଂପାନୀ ‘ଫାଇଜର’ଠାରୁ ଟିକା କିଣିବା ଦିଗରେ ଆଗଭର ହୋଇଛି ଭାରତ । ଚଳିତବର୍ଷର ତୃତୀୟ ତ୍ରୟମାସିକ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା ଆଣିବା ପାଇଁ କଂପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭାରତ ସରକାରଙ୍କ ଅଧିକାରୀମାନେ କଥାବାର୍ତା କରିଛନ୍ତି । ଟିକା କେମିତି ମିଳିବ ସମ୍ପର୍କରେ ମଧ୍ୟ ବିସ୍ତୁତ ଆଲୋଚନା ହୋଇଛି ।

ଅନ୍ୟ ଟିକା ତୁଳନାରେ ଫାଇଜର ଟିକା ମହଙ୍ଗା । ତେବେ ଭାରତରେ ଟିକାର ନିଅଂଟିକା ସ୍ଥିତି ଭିତରେ ଟିକା ଅବଶ୍ୟକତା ପୁରଣ ପାଇଁ ଫାଇଜର ସହ କଥାବାର୍ତା କରାଯାଉଛି । ଯାହା ଟିକାକରଣକୁ ପ୍ରକ୍ରିୟାକୁ ଆଉ ତ୍ୱରାନ୍ୱିତ କରିବ ।

ବଡ଼ କଥା ହେଉଛି- ଆମେରିକା ନିଜ ଦେଶରେ ପ୍ରସ୍ତୁତ କରିଥିବା ଫାଇଜର ଏବଂ ମଡେନା ଟିକାର ରପ୍ତାନୀ ନେଇ ବର୍ତମାନ ସୁଦ୍ଧା ଅନୁମତି ଦେଇନାହିଁ । କାରଣ, ଆମେରିକା ନିଜ ଆବଶ୍ୟକତାକୁ ପ୍ରଥମିତା ଦେଇଛି । ତେବେ ଫାଇଜରର ୟୁରୋପୀୟ ଟିକା ନିର୍ମାଣ କେନ୍ଦ୍ର ଜରିଆରେ ଭାରତକୁ ଟିକା ଆଣିବା ଲକ୍ଷ୍ୟରେ କଥାବାର୍ତା ଆରମ୍ଭ କରିଛି ଭାରତ ।

ଭାରତରେ କରୋନାର ଦ୍ୱିତୀୟ ଲହାରି ବ୍ୟାପକ ରୁପ ନେଇଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବା ଦେଶର ପ୍ରଥମ ପ୍ରାଥମିକତା । ଆଉ ଏପଟେ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରକ୍ର୍ରିୟା ଆରମ୍ଭ କରିଛନ୍ତି । ଟିକା କିଣିବା ନେଇ ଭାରତର ଏହି ପ୍ରୟାସ ଭିତରେ ୟୁରୋପିୟନ ମେଡ଼ିସିନ୍ ଏଜେନ୍ସି ବା ୟୁଏମ୍ଏ, ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି । ଏଥିରେ କୁହାଯାଇଛି-

-ଏମ-ଆର୍ଏନ୍ଏ ଭ୍ୟାକ୍ସିନ୍ ଭୂତାଣୁର ନୂଆ ଭାରିଆଂଟ ସହ ଲଢ଼ିବାକୁ ସକ୍ଷମ
– ମହାରାଷ୍ଟ୍ରରେ ଦେଖା ଦେଇଥିବା ଭୂତାଣର ନୂଆ ରୂପକୁ ନିସ୍କ୍ରିୟ କରିପାରୁଛି
– ଭାରତର କରୋନାର ରୁପ ପରିବର୍ତନ ଉପରେ ୟୁଏମ୍ଏ ନଜର ରଖିଥିବା କହିଛି

ବଡ଼ କଥା ହେଉଛି ୟୁରୋପିୟନ ମେଡ଼ିସିନ୍ ଏଜେନ୍ସି ଫାଇଜର ସମେତ ମଡ଼େନା, ଆଷ୍ଟ୍ରେଜେନିକା ପ୍ରମୁଖ ଭ୍ୟାକ୍ସିନ୍କୁ ଅନୁମତି ଦେଇଛି । ଆଉ ଏତିିକି ବେଳେ ଭାରତ ୫ କୋଟି ଫାଇଜର ଟିକା ଆଣିବାର ଅଭିଯାନ ଆରମ୍ଭ କରିଛି ।