କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିକଶିତ ଭାରତ ଗଠନ ପାଇଁ ସରକାର କିପରି କାମ କରୁଛନ୍ତି ତାହା ଦେଶବାସୀଙ୍କୁ କହିଛନ୍ତି ମୋଦୀ । କହିଛନ୍ତି, ବିକଶିତ ଭାରତ କେବଳ ଏକ ଭାଷଣର ଶବ୍ଦ ନୁହେଁ । ସରକାର ଏନେଇ କଠୋର ପରିଶ୍ରମ କରୁଛନ୍ତି । ବିକଶିତ ଭାରତ ଗଠନ ପାଇଁ ଦେଶର କୋଟି କୋଟି ନାଗରିକଙ୍କର ମତ ନିଆଯାଉଛି । ଆଉ ଦେଶବାସୀମାନେ ମଧ୍ୟ ନିଜ ନିଜର ମତ ରଖିଛନ୍ତି । ଯହା ଦେଖି ମତେ ବହୁତ ଖୁସି ଲାଗୁଛି ।
୨୦୪୭ ସୁଦ୍ଧା ବିକଶିତ ଦେଶରେ ପରିଗଣିତ ହେବ ଭାରତ । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି । ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପାଇଁ ଏହା ସ୍ବର୍ଣ୍ଣିମ କାଳଖଣ୍ଡ । ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଏଥିସହ ଉନ୍ନତି ଏବଂ ପ୍ରଗତିର ସଙ୍କଳ୍ପ ନେଇ ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ନରେନ୍ଦ୍ର ମୋଦୀ ।