କନକ ବ୍ୟୁରୋ : ମହିଳା ଏସିଆ କପ ଫାଇନାଲରେ ଭାରତ । ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲ ଫାଇଟରେ ପହଁଚିଛି । ଲିଗ ରାଉଣ୍ଡରେ ଧୁଆଁଧାର ପ୍ରଦର୍ଶନ ପରେ ସେମିଫାଇନାଲରେ ଚମତ୍କାର ଖେଳ ଖେଳି ଫାଇନାଲରେ ପହଁଚିପାରିଛି । ୨୦ ଓଭରରେ ବାଂଲାଦେଶ କେବଳ ୮୦ ରନ କରିଥିବାବେଳେ ଏହି ଲକ୍ଷ୍ୟକୁ ଖୁବ ସହଜରେ ପାରି କରିଥିଲା ଟିମ ଇଣ୍ଡିଆ । ଓପନର ଶେଫାଳୀ ବର୍ମା ଓ ସ୍ମୃତି ମନ୍ଦାନା ଧୁଆଁଧାର ବ୍ୟାଟିଂ କରି ଲକ୍ଷ୍ୟର ନିକଟତର ହୋଇଥିଲେ । ୩୮ବଲରେ ଅର୍ଦ୍ଦଶତକ କରିଛନ୍ତି ସ୍ମୃତି ମନ୍ଦାନା । ୧୦ ଓଭରରରେ ଦଳ ୭୦ରନ କରିବା ପରେ ବିଜୟ ସହଜ ହୋଇପାରିଥିଲା । ବ୍ୟାଟିଂ ସହ ମହିଳା ଟିମ ପ୍ରଂଶସନୀୟ ବୋଲିଂ କରି ବାଂଲାଦେଶକୁ ଧୁଳି ଚଟାଇଛି । ରେଣୁକା ଠାକୁର ୪ଓଭରରେ କେବଳ ୧୦ ରନ ଦେଇ ୱିକେଟ ନେଇ ବାଂଲାଦେଶକୁ ଦୁର୍ବଳ କରିଥିଲା ।ସେହିପରି ରାଧା ଯାଦବ ୧୪ରନ ଦେଇ ୩ ୱିକେଟ ନେଇଥିଲେ । ସାତଥର ଏସିଆ କପ ଜିତିଛି ଭାରତ ଓ ଆଉ ୯ଥର ପାଇଁ ପୁଣି ଫାଇନାଲରେ ପହଁଚିଛି ।