ଶ୍ରେୟାସ ଆୟରଙ୍କ ଦମଦାର ଅର୍ଦ୍ଧଶତକ । ୧୨୪ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୨୫ର ବିଜୟ ଲକ୍ଷ୍ୟ ।

150

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଛି । ଏହି ମ୍ୟାଚର ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିଛନ୍ତି ଶ୍ରେୟାସ ଆୟର । ହେଲେ ଭାରତ ପକ୍ଷରୁ ଅନ୍ୟ କେହି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ତେଣୁ ଭାରତ ୨୦ ଓଭରରେ ମାତ୍ର ୧୨୪ ରନ କରିବାରେ ସକ୍ଷମ ହୋଇଛି ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ଆରମ୍ଭରୁ ହିଁ ଇଂଲଣ୍ଡ ଚମତ୍କାର ବୋଲିଂ କରିଥିଲା । ଭାରତ ପକ୍ଷର ଶ୍ରେୟାସ ଆୟର ୬୭, ରିଷବ ପନ୍ତ ୨୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି, ଆଦିଲ ରସିଦ, ମାର୍କ ଉଡ, କ୍ରିସ ଜୋର୍ଡାନ ଓ ବେନ ଷ୍ଟ୍ରୋକ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୪ ରନ କରିଥିଲା ।

ଏବେ ଇଂଲଣ୍ଡକୁ ଜିତିବାକୁ ହେଲେ ୧୨୫ ରନ କରିବାକୁ ହେବ । ସେହିପରି ଭାରତ ମଧ୍ୟ ଇଂଲଣ୍ଜକୁ ବୋଲିଂ କରି ଦ୍ୱନ୍ଦ୍ୱରେ ପକାଇପାରେ । କାରଣ ଭାରତ ପାଖରେ ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲର ରହିଛନ୍ତି ।