ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ । ୧୫୬ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୫୭ ରନର ଟାର୍ଗେଟ ।

126

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚରେ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ବିରାଟ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୧୫୬ ରନ କରିବାରେ ସଫଳ ହୋଇଛି । ଏବେ ଇଂଲଣ୍ଡ ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ କେଏଲ ରାହୁଲଙ୍କୁ ଆଉଟ କରି ଭାରତର ଚିନ୍ତା ବଢାଇଥିଲା ଇଂଲଣ୍ଡ । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୭୭, ରିଷବ ପନ୍ତ ୨୫ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ଓ ରୋହିତ ଶର୍ମା ୧୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା ।