ପନ୍ତ-ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ । ୩୨୯ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ୍ୟ ।

119

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଶେଷ ଦିନିକିଆ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୨୯ ରନ କରିବାରେ ସକ୍ଷମ ହୋଇଛି । ଫଳରେ ଏବେ ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ । ତେଣୁ ଉଭୟ ଦଳ ବିଜୟ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ମୈଦାନକୁ ଓହ୍ଲାଇଥିଲା ଭାରତ । ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ସଫଳ ବ୍ୟାଟିଂ କରିପାରି ନଥିଲେ । ଆରମ୍ଭରୁ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଭଳି ବ୍ୟାଟ୍ସମ୍ୟାନ ଫେଲ ହୋଇଥିଲେ । ହେଲେ ରିଷବ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପାର୍ଟନରସିପ କରି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ ।

ଏହି ମ୍ୟାଚରେ ଶିଖର ଧାୱନ ୬୭, ରିଷବ ପନ୍ତ ୭୮, ହାର୍ଦ୍ଦିକ ପାଣ୍ଡ୍ୟା ୬୪ ରନ କରିଥିଲେ । ଫଳରେ ଦଳ ୪୮ ଓଭର ୨ଟି ବଲ ଖେଳି ଅଲଆଉଟ ହୋଇ ୩୨୯ ରନ କରିବାରେ ସକ୍ଷମ ହୋଇଥିଲା । ଏବେ ଇଂଲଣ୍ଡ ଦଳ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ।