ରାହୁଲ-ରିଷବଙ୍କ ସୁପର ସୋ’ । ୩୩୬ର ବିଶାଳ ସ୍କୋର କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ

121

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଦେଖିବାକୁ ମିଳିଛି ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ । ଏହି ମ୍ୟାଚରେ ରିଷବ ପନ୍ତ ଓ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଫଳରେ ଭାରତ ୩୩୬ ରନର ବିଶାଳ ସ୍କୋର କରିଛି । ଏହାସହ ଏବେ ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡକୁ ଜିତିବା ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ଆସିଥିଲା ଭାରତ । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱନ ଓପନିଂ କରିଥିଲେ । ଦୁଇ ଓପନର ବିଫଳ ହେବାପରେ କୋହଲି ଓ ରାହୁଲ ଦମଦାର ପାଳି ଖେଳିଥିଲେ । ଆଉ ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ । ଏହାପରେ ରିଷବ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ ।

ଦଳ ପକ୍ଷରୁ କେଏଲ ରାହୁଲ ୧୦୮ ରନ, ରିଷବ ପନ୍ତ ୭୭ ରନ, ବିରାଟ କୋହଲି ୬୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରୁ ଧୂଆଁଧାର ୩୫ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୩୩୬ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ଏହି ୩ଟିକିଆ ମୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି । ବର୍ତ୍ତମାନ ଇଁଲଣ୍ଡ ଏହି ମ୍ୟାଚରେ କର ବ । ମର ସ୍ଥିତିରେ ରହିଛି ।