ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ ଶ୍ରେୟାସ ଆୟର: ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନର ଟାର୍ଗେଟ

207

 

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟରେ ୨୩୪ ରନରେ ପାଳି ଘୋଷଣା କଲା ଭାରତ । ଏହାସହ ଏବେ ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନର ଟାର୍ଗେଟ ରହିଛି । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୪ ଓଭରରେ ୪ ରନ କରି ଗୋଟିଏ ୱିକେଟ ମଧ୍ୟ ହରାଇସାରିଛି । ତେଣୁ କାଲିଠୁ ନ୍ୟୁଜିଲାଣ୍ଡ ଆଗରେ ୨୮୦ ରନର ଟାର୍ଗେଟ ରହିବ । ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଭାରତର ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରିଥିଲା । ଏଥିରେ ଶ୍ରେୟାସ ଆୟର ଶତକ, ରବିନ୍ଦ୍ର ଜାଡେଜା ଓ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ନ୍ୟୁଜିଲାଣ୍ଡ ତାର ଦ୍ୱିତୀୟ ଇନିଂସରେ ୨୯୬ ରନ କରିଥିଲା । ଭାରତ ତାର ଦ୍ୱିତୀୟ ଇନିଂସରେ ୨୩୪ ରନ କରିଥିଲା ।