କିଛି ସମୟ ପରେ ବଡ଼ ଲଢ଼େଇ ପାଇଁ ଟୋକିଓରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ମହିଳା ହକି ଦଳ : ଜିତିଲେ ଫାଇନାଲ ଟିକଟ ସହ ଇତିହାସ ରଚିବ ରାନି ରାମପାଲଙ୍କ ଟିମ୍

175

କନକ ବ୍ୟୁରୋ : ଟୋକିଓ ଅଲମ୍ପିକରେ ଭାରତୀୟ ହକି ଦଳ ପ୍ରଭାବି ପ୍ରଦର୍ଶନ କରି ବିଶ୍ୱ ସମୂଦାୟର ଦୃଷ୍ଟି ଆକର୍ଷଣ କରିଛି । ଭାରତୀୟ ମହିଳା ହକି ଦଳ ଆଜି ସେମିଫାଇନାଲରେ ବିଶ୍ୱର ୫ ନମ୍ବର ଦଳ ଆର୍ଜେଂଟିନାକୁ ଭେଟିବ । ଅଲମ୍ପିକ୍ସରେ ଇତିହାସ ରଚିଥିବା ମହିଳା ହକି ଦଳ ଆର୍ଜେଂଟିନାକୁ ହରାଇ ସ୍ୱର୍ଣ୍ଣ ପଦକ ପାଇଁ ଖେଳିବାକୁ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବ । ସୋମବାର ତିନି ତିନି ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ହରାଇଥିବା ମହିଳା ଖେଳାଳିଙ୍କ ମନୋବଳ ଉଚ୍ଚ ରହିଛି ।

ଆର୍ଜେଂଟିନା ବିପକ୍ଷ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇ ଫାଇନାଲକୁ ମହିଳା ହକି ଦଳ ଯିବ ବୋଲି ଭାରତୀୟ ଆଶା ରଖିଛନ୍ତି । ଅପରାହ୍ନ ୩ଟା ୩୦ ମିନିଟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ସେପଟେ ପୁରୁଷ ହକି ଟିମ ସେମିଫାଇନାଲରେ ବେଲଜିୟମ ଠାରୁ ହାରିବା ପରେ ଏବେ ଭାରତୀୟ ମହିଳା ହକି ଦଳ ଉପରେ ବଡ ପଦକ ବିଜୟର ଆଶା ରହିଛି ।