ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଧୋନୀଙ୍କୁ ମିଳିଲାନି ଦଳରେ ସ୍ଥାନ, ୨୨ରେ ବାରବାଟୀରେ ହେବ ବଡ ମୁକାବିଲା ।

Advertisment
ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଧୋନୀଙ୍କୁ ମିଳିଲାନି ଦଳରେ ସ୍ଥାନ, ୨୨ରେ ବାରବାଟୀରେ ହେବ ବଡ ମୁକାବିଲା ।

କନକ ବ୍ୟୁରୋ : ବାରବାଟୀ ଆସିବେନି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଆଜି ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରୁ ବାଦ ପଡିଛନ୍ତି ମାହି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ, ଧୋନୀଙ୍କୁ ନେଇ ବେଶ ଆଶାବାଦୀ ଥିଲେ ଓଡିଶାବାସୀ । ତେବେ ଧୋନୀଙ୍କ ନଆସିବା ଖବର ଅନେକ କ୍ରୀଡାପ୍ରେମୀଙ୍କୁ ବ୍ୟଥିତ କରିଛି ।

ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିପାକ୍ଷିକ ସିରିଜ୍ । ଏହି ସିରିଜରେ ତିନିଟି ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ ।

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟିମ୍ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଋଷଭ ପନ୍ଥ, ମନିଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଋଷଭ ପନ୍ଥ, ମନିଷ ପାଣ୍ଡେ, ଶ୍ରେୟସ ଆୟାର, ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଙ୍ଗଟନ୍ ସୁନ୍ଦର, ମହମ୍ମଦ ଶାମି, ଦୀପକ ଚହର ଏବଂ ଭୁବନେଶ୍ୱର କୁମାର ।

ଟି-୨୦ ସିରିଜ୍
ପ୍ରଥମ ଟି-୨୦ - ଡିସେମ୍ବର ୬, ଶୁକ୍ରବାର (ମୁମ୍ବାଇ), ସମୟ – ସନ୍ଧ୍ୟା ୭ଟା
ଦ୍ୱିତୀୟ ଟି-୨୦ - ଡିସେମ୍ବର ୮, ରବିବାର (ତିରୁଭାନାଥପୁରମ୍), ସମୟ – ସନ୍ଧ୍ୟା ୭ଟା
ତୃତୀୟ ଟି-୨୦ - ଡିସେମ୍ବର ୧୧, ବୁଧବାର (ହାଇଦ୍ରାବାଦ), ସମୟ – ସନ୍ଧ୍ୟା ୭ଟା

ଦିନିକିଆ ସିରିଜ୍
ପ୍ରଥମ ଦିନିକିଆ – ଡିସେମ୍ବର ୧୫, ରବିବାର (ଚେନ୍ନାଇ), ସମୟ - ଅପରାହ୍ନ ୨ଟା
ଦ୍ୱିତୀୟ ଦିନିକିଆ – ଡିସେମ୍ବର ୧୮, ବୁଧବାର (ବିଶାଖାପାଟଣା), ସମୟ - ଅପରାହ୍ନ ୨ଟା
ତୃତୀୟ ଦିନିକିଆ – ଡିସେମ୍ବର ୨୨, ରବିବାର (କଟକ), ସମୟ - ଅପରାହ୍ନ ୨ଟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe