କନକ ବ୍ୟୁରୋ : ବଢିଚାଲିଛି ଭାରତ-କାନାଡା ବିବାଦ । ଏହାରି ଭିତରେ କାନାଡ ଉପରେ ବଡ଼ ଆକ୍ସନ ନେଇଛି ଭାରତ । ଭିସା ବ୍ୟବସ୍ଥାକୁ ସସପେଣ୍ଡ କରିବା ସହ ନାଗରିକଙ୍କ ଏଂଟ୍ରି ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ପ୍ରଥମେ ଉଭୟ ଦେଶ କୂଟନୀତିଜ୍ଞଙ୍କୁ ନିଲମ୍ବନ କରିବା ପରେ ଏବେ ଭାରତ କାନାଡା ନାଗରିକଙ୍କ ପାଇଁ ଭିସାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ଅର୍ଥାତ୍ କାନାଡାରୁ ଭାରତକୁ ଆସିଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଂଟର ନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ ଜାରି କରି ସୂଚନା ଦିଆଯାଇଛି । ବିଏଲଏସ ହେଉଛି ଏକ ଘରୋଇ ସଂସ୍ଥା । ଭିସା ପାଇଁ କାନାଡା ନାଗରିକମାନେ କରୁଥିବା ଆବେଦନର ପ୍ରାଥମିକ ଯାଂଚ ଏହି ସଂସ୍ଥା କରିଥାଏ । ଏହି ସଂସ୍ଥା ପକ୍ଷରୁ ଆଜି ଭିସା ସେବା ବାତିଲ କରାଯାଇଥିବା କୁହାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସୋମବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଥିଲେ ଯେ, ହରଦୀପ ସିଂହ ନାଜିର ହତ୍ୟା ପଛରେ ଭାରତୀୟ ଏଜେଂଟଙ୍କ ସମ୍ଭାବ୍ୟ ହାତ ଥିବା ତଥ୍ୟ ମିଳିଛି । ଭାରତ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କାନାଡା ସରକାର ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିଥିଲେ । ଭାରତ ମଧ୍ୟ ସମାନ ନୀତି ଆପଣାଇ ନୂଆଦିଲ୍ଲୀରେ ଥିବା କାନାଡା ରାଷ୍ଟ୍ରଦୂତଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ କହିଥିଲା । ଏବେ ଭାରତ ସରକାର ଭିସା ସେବା ବାତିଲ କରିଛନ୍ତି ।