କନକ ବ୍ୟୁରୋ : ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇଲା ଭାରତ । ବୁଧବାର ଜାତିସଂଘ ପକ୍ଷରୁ ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ ଏଭଲି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି । ଆଉ ଚାଇନାର ବର୍ତ୍ତମାନ ଜନସଂଖ୍ୟା ୧୪୨ କାଟି ୫୭ ଲକ୍ଷ । ତେବେ ଭାରତର ଜନସଂଖ୍ୟା ନେଇ କୌଣସି ସରକାରୀ ତଥ୍ୟ ଜାରି ହୋଇ ନାହିଁ ।

Advertisment

ତେବେ ସବୁଠାରୁ ବଡ କଥା ହେଉଛି ଭାରତରେ ଜନସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସେହି ଅନୁପାତରେ ମୁଣ୍ଡପିଛା ଆୟ କିନ୍ତୁ ବୃଦ୍ଧି ପାଉନାହିଁ । ୨୦୧୧ ପରଠାରୁ ଭାରତରେ କୌଣସି ଜନଗଣନା ହୋଇ ନାହିଁ । ଭାରତର ମୁଣ୍ଡପିଛା ଆୟ କିନ୍ତୁ ବୃଦ୍ଧି ପାଉନାହିଁ । ଏକ ରିପୋର୍ଟ ଅନୁସାରେ ମୁଣ୍ଡି ପିଛା ଆୟରେ ଅନେକ ଆଫ୍ରିକୀୟ ଦେଶ ଠାରୁ ଢେର ପଛରେ ରହିଛି ଭାରତ । ଭାରତର ମୁଣ୍ଡପିଛା ଆୟ ୨୬୦୧ ଡଲାର । ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ର ଭିତରେ ଭାରତର ମୁଣ୍ଡପିଛା ଆୟ ବିଶ୍ୱରେ ସର୍ବନିମ୍ନ । ଏବେ ପ୍ରଶ୍ନ ଉଠୁଛି, ଭାରତ କିପରି ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ହେବ ।

କେବଳ ଜନସଂଖ୍ୟାରେ ନୁହେଁ ବେକାରୀ ସମସ୍ୟା ଓ ମୁଣ୍ଡପିଛା ଆୟରେ ବି ଚୀନ ଠାରୁ ବହୁ ଆଗରେ ରହିଛି ଭାରତ ।

ଜାତିସଂଘ ରିପୋର୍ଟ-୨୦୨୩
ଭାରତ                                                           ଚାଇନା
ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ             ୧୪୨ କୋଟି ୫୭ ଲକ୍ଷ

ଜାତିସଂଘ ରିପୋର୍ଟ-୨୦୨୩, ଭାରତ
ବୟସ ବର୍ଗ                      ପ୍ରତିଶତ
୦-୧୪ ବର୍ଷ                   ୨୫%
୧୦-୧୯ ବର୍ଷ                ୧୮%
୧୦-୧୬ ବର୍ଷ                ୨୬%
୧୫-୬୪ ବର୍ଷ                ୬୮%
୬୫ ବର୍ଷରୁ ଅଧିକ             ୭%

ବିଶ୍ୱ ବ୍ୟାଙ୍କ ଡାଟା-୨୦୨୧
                       ଭାରତ                                            ଚାଇନା
ବେକାରୀ            ୭.୭%                                            ୪.୮%
ବାର୍ଷିକ ମୁଦ୍ରାସ୍ପିତି   ୫.୧%                                             ୧%
ଜିଡିପି               ୩.୧୮ ଟ୍ରିଲିଅନ୍ ଡଲାର           ୧୭.୭୩ ଟ୍ରିଲଅନ୍ ଡଲାର