ନ୍ୟୁକ୍ଲିୟର ମିଶାଇଲ ସୂର୍ଯ୍ୟର ସଫଳତାପୂର୍ଣ୍ଣ ଟେଷ୍ଟିଂ । ୮୦୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବ ଲକ୍ଷ୍ୟ ।

260

କନକ ବ୍ୟୁରୋ : ସୀମାରେ ଚୀନ ସହ ତିକ୍ତତା ମଧ୍ୟରେ ଭାରତ ପାଇଁ ଆସିଛି ଖୁସି ଖବର । ଭାରତ ନ୍ୟୁକ୍ଲିୟର ମିଶାଇଲ ସୂର୍ଯ୍ୟର ସଫଳତାପୂର୍ଣ୍ଣ ଟେଷ୍ଟିଂ ଶେଷ କରିଛି । ଏହା ଓଡିଶାର ବାଲେଶ୍ୱର ଜିଲ୍ଲାରେ ପରୀକ୍ଷଣ ହୋଇଛି । ଏହା ୮୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । ଏହି ମିଶାଇଲକୁ ସପ୍ଲିମେଣ୍ଟ କରିବା ପାଇଁ ସାମରିକ ବଳରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।

ଏହି ମିଶାଇଲ ବର୍ତ୍ତମାନ ସୂର୍ଯ୍ୟ ମିଶାଇଲଠାରୁ ହାଲକା ଓ ସରଳ ପ୍ରକ୍ରିୟାରେ ଅପରେଟ ହେବାକୁ ଯାଉଛି । ଟେଷ୍ଟ ସମୟରେ ଯେତେବେଳେ ମିଶାଇଲ ଟାର୍ଗେଟକୁ ଧ୍ୱସଂ କରିବାକୁ ଯାଉଥିଲା, ସେତେବେଳେ ତା ସ୍ପିଡ୍ ହୋଇପରସୋନିକ୍ ହୋଇଯାଇଥିଲା । ତେବେ ଏହାର ଗତି ଅଧିକ ଥିବାକ କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତର ସ୍ୱପ୍ନ ସାକାର କରିବା ପାଇଁ ଡିଆରଡିଓ ନିଜ ସାଧନରେ ସାମରିକ ମିଶାଇଲକୁ ଅପଗ୍ରେଡ କରୁଛି । ଭାରତ ପୂର୍ବରୁ ବ୍ରହ୍ମୋସ କ୍ରୁଜ ମିଶାଇଲର ମଧ୍ୟ ସଫଳତାର ସହ ପରୀକ୍ଷଣ କରିଥିଲା । ଯାହାକି ୪୦୦ କିଲୋମିଟରରୁ ଅଧିକ ଲକ୍ଷ୍ୟ ଭେଦ କରିବାର ଶକ୍ତି କ୍ଷମତା ରଖିଛି ।