ଆକାଶରେ ବି ଡରିବ ଶତ୍ରୁ ! ପରମାଣୁ କ୍ଷେପଣାସ୍ତ୍ର କେ-୪ ପରୀକ୍ଷା କଲା ଭାରତ : ୩ ହଜାର ୫ କିଲୋମିଟର ଯାଏଁ ରହିଛି ଆକ୍ରମଣ କ୍ଷମତା

ଏସିଆରେ ମିଳିଲା ନୂଆ ପରିଚୟ; ଆଇଏନଏସ ଅରିହନ୍ତରେ ହେବ ମୁତୟନ

448

କନକ ବ୍ୟୁରୋ: ଭାରତ ପରମାଣ କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ କରିଛି । ଆନ୍ଧ୍ର ପ୍ରଦେଶ ତଟରେ ୩୫ଶହ କିମି ଲକ୍ଷ୍ୟ ଭେଦ କ୍ଷମତା ଥିବା ପରମାଣୁ ଅସ୍ତ୍ରବାହକ କେ-୪ ବାଲିଷ୍ଟିକ ମିଶାଇଲର ସଫଳ ପରୀକ୍ଷା କରାଯାଇଛି । ଏହି ସଫଳ ପରୀକ୍ଷଣ ପରେ ଭାରତର ପରମାଣୁ ଆକ୍ରମଣ କ୍ଷମତା ଆହୁରି ଶାଣିତ ଓ ଶକ୍ତିଶାଳୀ ହୋଇଛି ।

ସମଗ୍ର ଏସିଆରେ ଭାରତକୁ ଏକ ନୂଆ ଶକ୍ତିର ପରିଚୟ ଦେଇଛି ବାଲିଷ୍ଟିକ ମିଶାଇଲ କେ-୪ । ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ପାଣି ଭିତରେ ଥିବା ଏଖ ପ୍ଲାଟଫର୍ମରୁ ଛଡାଯାଇଥିଲା । ୩୫ ଶହ କିମି ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିବାକୁ ଏହି କ୍ଷେପଣାସ୍ତ୍ର ସକ୍ଷମ ଥିବାରୁ ଦକ୍ଷିଣ ଏସିଆରେ ଏହା ସୁରକ୍ଷା ସନ୍ତୁଳନରେ ବିଶେଷ ସହାୟକ ହେବ ବୋଲି କୁହାଯାଉଛି ।

ଭାରତ ଏବେ କେ-୪ ପରମାଣୁ କ୍ଷେପଣାସ୍ତ୍ରକୁ ନିଜର ସମସ୍ତ ପରମାଣୁ କ୍ଷମତାପନ୍ନ ବୁଡ଼ା ଜାହାଜରେ ମୁତୟନ କରିବାକୁ ଯୋଜନା ରଖିଛି। ବୁଡ଼ାଜାହାଜରେ ଏହାର ମୁତୟନ ପୂର୍ବରୁ ଆଉ କେତେକ ପରୀକ୍ଷଣ ମଧ୍ୟ ସଂପୂର୍ଣ୍ଣ କରାଯିବ ବୋଲି ଜଣାପଡ଼ିଛି। କେ-୪ ସମେତ ଏବେ ବିଓ-୫ ନାମକ ଆଉ ଏକ କ୍ଷେପଣାସ୍ତ୍ରକୁ ନୌସେନା ପାଇଁ ଡିଆର୍‌ଡିଓ ବିକଶିତ କରୁଛି। ବିଓ-୫ର ଆକ୍ରମଣ କ୍ଷମତା ୭୦୦ କିମି ବୋଲି କୁହାଯାଇଛି।