କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ସିରିଜର ଅତ୍ୟାଧୁନିକ ମିଜାଇଲ୍ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ । 

216

କନକ ବ୍ୟୁରୋ : କ୍ଷେପଣାସ୍ତ୍ର କୌଶଳରେ ଭାରତକୁ ଆଉ ଏକ ସଫଳତା । ନୂଆ ଓ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ କରିଛି ଭାରତ । ଅଗ୍ନି ସିରିଜର ଏହି କ୍ଷେପଣାସ୍ତ୍ରକୁ ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଦିନ ୧୦ଟା ୫୫ରେ ପରୀକ୍ଷଣ କରାଯାଇଛି ।

କ୍ଷେପଣାସ୍ତ୍ର କୌଶଳରେ ନୂଆ ସଫଳତା । ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ । ଭାରତୀୟ ଅସ୍ତ୍ର କୌଶଳରେ ଯୋଡା ହେଲା ଆଉ ଏକ କ୍ଷେପଣାସ୍ତ୍ର । ଅଗ୍ନି ସିରିଜର ଏହି ନୂଆ ଅତ୍ୟାଧୁନିକ କ୍ଷେପଣାସ୍ତ୍ରଟି ହେଉଛି ଅଗ୍ନି-ପ୍ରାଇମ୍ । ଓଡିଶା ଚାନ୍ଦିପୁର ସ୍ଥିତ  ଡକ୍ଟର ଏପିଜେ ଅବଦୁଲ୍ କଲାମ୍ ଦୀପରୁ ଦିନ ୧୦ଟା ୫୫ରେ ଏହାର ସଫଳ  ପରୀକ୍ଷଣ କରାଯାଇଛି । ଡିଆରଡିଓ ଦ୍ୱାରା ବିକଶିତ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର

– ଲକ୍ଷଭେଦୀ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି  

– ଅନ୍ୟ କ୍ଷେପଣାସ୍ତ୍ର ତୁଳନାରେ ଏହା ହାଲୁକା ଓ ଆକାରରେ ଛୋଟ 

– ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆଣବିକ ଅସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରଖିଛି 

– ଏହାର ୧୦୦୦ କିଲୋରୁ ଅଧିକ ଓଜନର ପରମାଣୁ ବୋମା ବହନ କରିବାର  କ୍ଷମତା ରହିଛି । 

ଏହି କ୍ଷେପଣାସ୍ତ୍ରରେ କିଛି ନୂଆ ଜ୍ଞାନ କୌଶଳର ବ୍ୟବହାର କରାଯାଇଛି । ଆଶା ମୁତାବକ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ମିଳିଥିବା ସୂଚନା ଅନୁସାରେ  ଅଗ୍ନି ପ୍ରାଇମକୁ ୪ହଜାର କିଲୋମିଟର କ୍ଷମତା ବିଶିଷ୍ଟ ଅଗ୍ନି–ଫୋର ଏବଂ  ୫ହଜାର କ୍ଷମତା ବିଶିଷ୍ଟ ଅଗ୍ନି- ଫାଇବ୍ ମିଜାଇଲର ଫର୍ମୁଲାକୁ ମିଶାଇ ପ୍ରସ୍ତୁତ କରାଯାଇଛି ।

ଭାରତ ବର୍ତମାନ ସୁଦ୍ଧା ଅଗ୍ନି ସିରିଜର ୫ଟି କ୍ଷେପଣାସ୍ତ୍ର ବିକଶିତ କରିଛି ।

– ପ୍ରଥମଥର ୧୯୮୯ରେ ଅଗ୍ନିର ପରୀକ୍ଷଣ କରାଯାଇଥିଲା  

– ସେତେବେଳେ ଅଗ୍ନିର ଲକ୍ଷଭେଦ କ୍ଷମତା ଥିଲା ୭ଶହରୁ ୯ଶହ କିଲୋମିଟର  

– ୨୦୦୪ ରେ ଏହାକୁ ସେନାରେ ସାମିଲ କରାଗଲା ।